ଭୁବନେଶ୍ୱର: ୱାର୍ଡ ୧୨ରେ ଡେଙ୍ଗୁ ସଚେତନତା‌

ଚନ୍ଦ୍ରଶେଖରପୁର: ଭୁବନେଶ୍ୱରରୁ ଡେଙ୍ଗୁ ନିପାତ କରିବା ପାଇଁ ବିଏମ୍‌ସିର ଆହ୍ବାନକୁ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର କର୍ପୋରେଟର୍‌ମାନେ ଗୁରତ୍ବର ସହ ନେଇଛନ୍ତି। ଆଜି ଡ୍ରାଏ ଡେ’ର ଦ୍ୱିତୀୟ ଦିନରେ ୧୨ ନମ୍ବର ୱାର୍ଡ କର୍ପୋରେଟର୍‌ ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ସାମନ୍ତପୁରୀ ସାହିରେ ଡେଙ୍ଗୁ ହଟାଓ ଅଭିଯାନ ‘ମୂଳୁ ମାରିଲେ ଯିବ ସରି’ ଆରମ୍ଭ ହୋଇଛି। ଅନୁଷ୍ଠିତ ସଚେତନତା ସଭାରେ ଉତ୍ତର ମଣ୍ଡଳର ଉପାୟୁକ୍ତ ପୁରନ୍ଦର ନନ୍ଦ ଯୋଗଦେଇ କହିଲେ, ଆମକୁ ଘର ଚାରିପାଖ ସଫାସୁତୁରା ରଖିବାକୁ ପଡ଼ିବ।

ଭଙ୍ଗା ପାତ୍ର, ଟାୟାର, ପଇଡ଼ ଖୋଳ ଓ ଖାଲୁଆ ସ୍ଥାନରେ ପାଣି ଜମି ରହିଲେ ଡେଙ୍ଗୁ ମଶା ବଂଶବିସ୍ତାର କରନ୍ତି। ତେଣୁ ଆମକୁ ସତର୍କ ଓ ସଚେତନ ରହିବାକୁ ହେବ। ସମସ୍ତେ ମିଳିମିଶି କାମ କଲେ, ଡେଙ୍ଗୁ ରହିବ ନାହିଁ। କାର୍ଯ୍ୟକ୍ରମରେ କର୍ପୋରେଟର୍‌ଙ୍କ ସହ ଓାର୍ଡ ଅଧିକାରୀ ରବିନାରାୟଣ ମିଶ୍ର, ଭୁବନେଶ୍ବର ଜିଲ୍ଲା ବିଜେଡି ସମ୍ପାଦକ ପ୍ରସନ୍ନ କୁମାର ସାହୁ, ଯୁବନେତା ଚଗଲା ଜେନା, ମନୋରଞ୍ଜନ ଦାସ, ସାମନ୍ତପୁରୀ ସାହି କମିଟିର ସଭାପତି ଦୀନବନ୍ଧୁ ନାୟକ, ଉପସଭାପତି ମଣ୍ଟୁ ଦିଗଲ, ସମ୍ପାଦକ ଦେବପ୍ରସାଦ ଜେନା, ଯୁଗ୍ମ ସମ୍ପାଦିକା ଗୁରୁବାରୀ ନାୟକ, ଉପଦେଷ୍ଟା ଜ୍ୟୋତିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର