ଭୁବନେଶ୍ୱର: ବିଜୁ ପଟ୍ଟନାୟକ ସ୍ନାତକ ବିଜ୍ଞାନ ଓ ଶିକ୍ଷା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ମହାବିଦ୍ୟାଳୟ ପରିସର ଓ ସାଲିଆସାହି ବସ୍ତିରେ ଡେଙ୍ଗୁ ଜ୍ବର ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ, କଲେଜର ଅଧ୍ୟାପକ/ଅଧ୍ୟାପିକା ଯୋଗଦେଇ ଡେଙ୍ଗୁ ଜ୍ବର ସମ୍ବନ୍ଧୀୟ ସଚେତନତା ରାଲି କରାଇବା ସହ ପରିବେଶକୁ ସଫା ରଖିଲେ ଆମେ ଡେଙ୍ଗୁ ମଶା ଦାଉରୁ ନିଜକୁ ରକ୍ଷା କରିପାରିବା ବୋଲି ଲୋକମାନଙ୍କୁ ବୁଝାଇଥିଲେ। ଏହି ପରିପ୍ରେକ୍ଷୀରେ କଲେଜ ଓ ସାଲିଆସାହିରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବସ୍ତିର ସ୍ବେଚ୍ଛାସେବୀ ଓ ଲୋକମାନେ ଭାଗନେଇଥିଲେ। କଲେଜ ଅଧ୍ୟକ୍ଷ ଡ. ପ୍ରଦୀପ୍ତ କୁମାର ଗାହାଣଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ. ଜୟଶ୍ରୀ ବାଳା ମଲ୍ଲିକ, ଜ୍ୟୋତି ଶଙ୍କର ଘୋଷ, ଅଧ୍ୟାପିକା ପୁଷ୍ପଲତା ନାୟକଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ଏନ୍ଏସ୍ଏସ୍ର ସ୍ବେଚ୍ଛାସେବୀ ମଳୟ, ଦୀପକ, ବନିତା, ଗୁଲଶନ, ପୂଜା, ଶାଶ୍ବତୀ, ଅରୁଣ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ବିଜୁ ପଟ୍ଟନାୟକ କଲେଜ ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ
/sambad/media/post_attachments/wp-content/uploads/2021/09/f5s4h65sf4h564sf564sfh5sf6h4sf5h6ffshfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)