ରାଜଧାନୀରେ ବଢ଼ିଲା ଡେଙ୍ଗୁ, ୨୪ ଘଣ୍ଟାରେ ୬୭ ଆକ୍ରାନ୍ତ

ଭୁବନେଶ୍ବର : ରାଜଧାନୀରେ ଗତ କିଛି ଦିନ ହେବ ସ୍ଥିର ରହିଥିବା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ବଢ଼ିଛି। ଗତକାଲି ୪୯ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଗତକାଲି ୮୨୩ ସୁସ୍ଥ ହୋଇଥିବା ବେଳେ ଆଜି ୮୬୮ ସୁସ୍ଥ ହୋଇଛନ୍ତି। ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୨୨୯ରେ ପହଞ୍ଚିଛି। ଅପରପକ୍ଷେ ସକ୍ରିୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଆଜି ଢେର ବଢ଼ିଛି। ଗତକାଲି ୨୩୯‌‌ ଥିବା ବେଳେ ଆଜି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୧ ରହିଛି। ବିଏମ୍‌ସି ପକ୍ଷରୁ ଚାଲିଥିବା ଡେଙ୍ଗୁ ମୁକାବିଲା ଅଭିଯାନରେ ଆଜି ସୁଦ୍ଧା ୧୫ ହଜାର ୬୪୬ ପରିବାରର ୬୫ହଜାର ୩୫୦ ଲୋକଙ୍କୁ ସଚେତନ କରା‌ଯାଇଛି। ୪୧ହଜାର ୨୪୧ ଉତ୍ସ ନଷ୍ଟ କରାଯାଇଥିବା ବେଳେ ୪୧ ହଜାର ୭୬୦ ଲାର୍ଭା ଚିହ୍ନଟ ହୋଇଛି।

୩୦୭ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର : ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟ‌‌ରେ ଆଉ ୩୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ ରହଥିବା ବେଳେ ଆଜି ଆକ୍ରାନ୍ତ ସଂଖ୍ୟା ବଢ଼ିଛି। ତେବେ ଗତ କାଲି ମୃତ୍ୟୁ ସଂଖ୍ୟା ଶୂନ ରହିଥିଲା। ହେଲେ ଗତ ୨୪ଘଣ୍ଟା ମଧ୍ୟରେ ୨ ଜଣଙ୍କୁ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ସେହିଭଳି ଗତକାଲି ସୁସ୍ଥଙ୍କ ସଂଖ୍ୟା ୨୨୭ ରହିଥିଲା। ଆଜି ଏହି ସଂଖ୍ୟା ୨୧୩ ରହିଛି। ଅନ୍ୟପଟେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩୦୫୦ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୩୦୭ଜଣଙ୍କ ମଧ୍ୟରୁ ନୂଆପଲ୍ଲୀରେ ସର୍ବାଧିକ ୧୮, ଖଣ୍ଡଗିରିରେ ୧୬ ଏବଂ ପୁରୁଣା ଭୁବନେଶ୍ବର ଓ ପଟିଆରୁ ୧୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର