ଭୁବନେଶ୍ୱର : ଗତମାସ ୨୫ତାରିଖରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ପ୍ରଥମେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା। ଏହାଭିତରେ ୧ମାସ ବିତିଛି କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୫୯ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳକୁ ବାଦ୍ ଦେଲେ ଖୋର୍ଧା ଜିଲ୍ଲାରେ ଏହି ସମୟରେ ଭିତରେ ୮୦ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ଆଜି ଗୋଟିଏ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜଧାନୀରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଥିଲେ ହେଁ ଡେଙ୍ଗୁ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରି ନାହିଁ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ବାହ୍ୟ ଫଗିଂ କରାଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଥିବା କିଛି କୋଚିଂ ସେଣ୍ଟର୍ ପରିସରରେ ଡେଙ୍ଗୁ ମଶାକୁ ଠାବ କରାଯାଇଥିଲା। ତେଣୁ କୋଚିଂ ସେଣ୍ଟର୍ ପରିସରରେ ଫଗିଂ କରାଯାଇଥିଲା। ଏହାସହ କିଛି ସ୍ଥାନୀୟ ବାସିନ୍ଦାଙ୍କ ଘରେ ମଧ୍ୟ ଫଗିଂ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗତ ୧ମାସ ଭିତରେ ଯେତିକି ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଥିଲା ଏବେ ତାହା ଧୀରେ ଧୀରେ କମିବାରେ ଲାଗିଛି। ଆଜି ଗୋଟିଏ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆସନ୍ତା କିଛିଦିନ ଭିତରେ ଏହି ସଂଖ୍ୟା ଆହୁରି କମିବ ବୋଲି ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/den-4.jpg)