ପୁରୁଣା ଭୁବନେଶ୍ବରରେ ପଶିଲା ଡେଙ୍ଗୁ

ପୁରୁଣା ଭୁବନେଶ୍ବର : ଚନ୍ଦ୍ରଶେଖରପୁର ଅଞ୍ଚଳ ପରେ ଏବେ ପୁରୁଣା ଭୁବନେଶ୍ବରରେ ଡଙ୍ଗୁ ପଶିଛି। ନାଗେଶ୍ବରଟାଙ୍ଗୀ ଓ ପୁରୁଣା ଭୁବନେଶ୍ବର ଅଞ୍ଚଳରୁ ୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ବିଏମ୍‌ସି ପକ୍ଷରୁ ମଶା ଧୂଆଁ ଛଡ଼ାଯାଉଛି। ଲୋକଙ୍କୁ ସଚେତନ ବି କରାଯାଉଛି। ତା’ପରେ ବି ଡେଙ୍ଗୁରେ ଭୁବନେଶ୍ବରରେ ରୋକ୍‌ ଲାଗିନି। ଜଣଙ୍କ ପରେ ଜଣେ ଆକ୍ରାନ୍ତ ହେଉଛନ୍ତି। ନାଗେଶ୍ବରଟାଙ୍ଗୀ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ କେତେକ ଲୋକଙ୍କଠାରେ ଜ୍ବରର ଲକ୍ଷଣ ଦେଖିବାକୁ ମିଳିଛି। ପରୀକ୍ଷା ପରେ ସେମାନେ ଡେଙ୍ଗୁ ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଚିକିତ୍ସତ ହେଉଛନ୍ତି। ବିଏମ୍‌ସି ପକ୍ଷରୁ ଡେଙ୍ଗୁର ଲକ୍ଷଣ ସମ୍ପର୍କରେ ଲୋକଙ୍କୁ ବୁଝାଇ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି। ସରକାରୀସ୍ତରରେ କ୍ୟାପିଟାଲ ହସ୍ପିଟାଲ ଓ ଆର୍‌ଏମ୍‌ଆର୍‌ସିରେ ବିନା ମୂଲ୍ୟରେ ଡେଙ୍ଗୁ ପରୀକ୍ଷା ଲାଗି ‌ଏଲିସା‌ ଟେଷ୍ଟ ହେଉଥିବା ନେଇ ଅଧିକାଂଶ ଲୋଖ ଜାଣି ନଥିବାରୁ ପ୍ରାଇଭେଟ୍‌ରେ ପରୀକ୍ଷା କରାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର