ଭୁବନେଶ୍ୱର : ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ଡେଙ୍ଗୁର ପ୍ରକୋପ ଏବେ କିଛିଟା କମିବା ଆରମ୍ଭ କରିଛି। ପୂର୍ବରୁ ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରୁ ୬୦ ଭିତରେ ରହୁଥିବାବେଳେ ଏବେ ଏହା ୨୦ ତଳକୁ ଖସି ଆସିଛି। ନିୟମିତ ସଫେଇ କରିବା ସହ ଉତ୍ସରୁ ଲାର୍ଭା ଚିହ୍ନଟ କରି ନଷ୍ଟ କରିବା ଫଳରେ ଏହା ନିୟନ୍ତ୍ରଣକୁ ଆସିଛି। ଏହି ପ୍ରକ୍ରିୟା ନିୟମିତ ଚାଲିଛି। ଏଣୁ ଖୁବ୍ ଶୀଘ୍ର ଏହି ସଂଖ୍ୟା ଶୂନ ହେବ ବୋଲି ଆଶା ପ୍ରକଟ କରିଛି ବିଏମ୍ସି। ଏ ଯାବତ୍ ଡେଙ୍ଗୁରେ କାହାରି ମୃତ୍ୟୁ ହୋଇ ନାହିଁ। ପରୀକ୍ଷା ହେଉଥିବା ନମୁନା ତୁଳନାରେ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଢେର୍ କମ୍ ରହିଥିବା ସୂଚନା ମିଳିଛି। ଗତ ୫ ତାରିଖରେ ୭୨ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ତାରିଖରେ ୬୯, ୭ ତାରିଖରେ ୬୫, ୮ ତାରିଖରେ ୬୩, ୯ ତାରିଖରେ ୩୨, ୧୦ ତାରିଖରେ ୧୬ ଓ ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜଧାନୀରେ କମୁଛି ଡେଙ୍ଗୁ, ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ତଳେ
/sambad/media/post_attachments/wp-content/uploads/2021/08/dengue.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)