ଭୁବନେଶ୍ବର: ଏଡିସ୍ ମଶା କେବଳ ସ୍ବଚ୍ଛଜଳରେ ଜନ୍ମ ନେଇଥାନ୍ତି। କୌଣସି କଠିନ ପାତ୍ର ବା ସାମଗ୍ରୀରେ ସ୍ବଚ୍ଛ ପାଣି ଜମି ରହିଲେ, ସେଠାରେ ଲାର୍ଭା ଜନ୍ମ ନେଇଥାନ୍ତି। ସେଥିରୁ ଏଡିସ୍ ମଶା ବଡ଼ ହୋଇ ଡେଙ୍ଗୁର କାରଣ ହୋଇଥାନ୍ତି ବୋଲି କହିଛନ୍ତି ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ କୁମାର ବିଶୋଇ। ଏଣୁ ଆମେ ଲାର୍ଭା ଜନ୍ମସ୍ଥଳକୁ ଟାର୍ଗେଟ୍ରେ ନେଇଛୁ। ଏଥିପାଇଁ ସ୍ବତନ୍ତ୍ର ଦଳ ନିୟୋଜିତ ହୋଇଛନ୍ତି ବୋଲି ଡା. ବିଶୋଇ କହିଛନ୍ତି।
ଡା. ବିଶୋଇ କହିଛନ୍ତି, ଚଳିତବର୍ଷ ପ୍ରତିୱାର୍ଡ ବୁଲି ଲାର୍ଭା ନଷ୍ଟ ପାଇଁ ୭୦ଜଣ ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୭୦ଜଣଙ୍କୁ ୧୪ଟି ଟିମ୍ରେ ବିଭକ୍ତ କରାଯାଇଛି। ଏମାନେ ପ୍ରତି ୱାର୍ଡ ବୁଲି ଲାର୍ଭା ନଷ୍ଟ କରିବେ। କୌଣସି ପାତ୍ର ଅବା ସାମଗ୍ରୀରେ ପାଣି ଜମିଥିଲେ, ତାକୁ ମାଟିରେ ଢାଳିବେ। ଡେଙ୍ଗୁମୁକ୍ତ ପରିବେଶ ପାଇଁ ପ୍ରତି ଗୁରୁବାର ଡ୍ରାଏ ଡେ’ ପାଳନ କରାଯାଉଛି। ଡେଙ୍ଗୁରୋଗୀଙ୍କୁ ଦେଖାଶୁଣା ଓ ରୋଗୀଙ୍କ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଯେଭଳି ଡେଙ୍ଗୁ ରୋଗ ନ ବ୍ୟାପିବ, ସେଥିପାଇଁ ସ୍ବତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି। ଫଗିଂ ବି ଗତ ୧୮ ତାରିଖରୁ ଆରମ୍ଭ ହୋଇଛି। କିନ୍ତୁ ବର୍ଷା ଆମକୁ ଅସୁବିଧାରେ ପକାଉଛି। ବର୍ଷା ହେଲେ, ଫଗିଂ କାମ ଦେବନି। ବର୍ଷା ହେଲେ, ଏହା ବାୟୁମଣ୍ଡଳରେ ମିଶିବା ବଦଳରେ ମୋଟା ବହଳ ହୋଇରହିଯିବ।
୪ ସ୍ବାସ୍ଥ୍ୟକେନ୍ଦ୍ରରେ ନମୁନା ପରୀକ୍ଷା
୨୬ଟି ସ୍ବାସ୍ଥ୍ୟକେନ୍ଦ୍ରରେ ନମୁନା ସଂଗ୍ରହ
ଏହାକୁ ଲୋକେ ପ୍ରଶ୍ବାସରେ ଗ୍ରହଣ କଲେ ହାନିକାରକ। ଡା. ବିଶୋଇ କହିଛନ୍ତି, ଡିଜେଲ୍ରେ ମିଶାଇ ମଶା ଧୂଆଁ ବାୟୁମଣ୍ଡଳରେ ଛଡ଼ାଯାଏ। ମଶା ତେଲ ବି ଡିଜେଲ୍ରେ ମିଶାଇ ନାଳରେ ପକାଯାଏ। ଡିଜେଲ୍ ଧୂଆଁ ପରିବେଶ ପାଇଁ କ୍ଷତିକାରକ ହୋଇଥିବାରୁ ଡିଜେଲ୍ ମିଶା ମଶା ଧୂଆଁ ବି ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହେବା ସ୍ବାଭାବିକ। ଅପରପକ୍ଷେ ଡେଙ୍ଗୁ ମଶା ୪୦୦ ମିଟର ପର୍ଯ୍ୟନ୍ତ ଉଡ଼ିପାରନ୍ତି। ଏଣୁ ଏଡିସ୍ ମଶା ବଂଶ ଲୋପ କରିବା ପାଇଁ ମଶା ଜନ୍ମସ୍ଥଳକୁ ଚିହ୍ନଟ ଓ ନଷ୍ଟ କରିବାକୁ ପଡ଼ିବ। ଡା. ବିଶୋଇ କହିଛନ୍ତି, ଚଳିତବର୍ଷ ଭୁବନେଶ୍ବର ମହାନଗର ନିଗମର ୪ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୨୨ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନମୁନା ସଂଗ୍ରହ କରାଯାଉଛି। କ୍ୟାପିଟାଲ୍ ହସ୍ପିଟାଲ୍, ଆର୍ଏମ୍ଆର୍ସି, ପଟିଆ ସ୍ବାସ୍ଥ୍ୟକେନ୍ଦ୍ର ଓ ଆଇଆର୍ସି ଭିଲେଜ୍ ସ୍ବାସ୍ଥ୍ୟକେନ୍ଦ୍ରରେ ନମୁନା ପରୀକ୍ଷା କରାଯାଉଛି। କାର୍ଡ ପରୀକ୍ଷା ତ୍ରୁଟିପୂର୍ଣ୍ଣ ରହୁଥିବାରୁ ଆମେ ଏଲିସା ପରୀକ୍ଷାକୁ ଗୁରୁତ୍ବ ଦେଇଛୁ।