‘ଆମ ଘର’ରେ ଦନ୍ତ ଚିକିତ୍ସା ଶିବିର

ଭୁବନେଶ୍ୱର: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍‌ସ ଫୋରମ୍‌ ପକ୍ଷରୁ ପରିଚାଳିତ ପାତ୍ରପଡ଼ାସ୍ଥିତ ଶିଶୁ ଯତ୍ନଗୃହ ‘ଆମ ଘର’ରେ ଆଜି ଏକ ଦନ୍ତ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ‘ଭାରତ ବିକାଶ ପରିଷଦ’ର ସଦସ୍ୟମାନେ ଆୟୋଜନ କରିଥିଲେ। ଶିବିରରେ ଡା. ଋତିକ୍‌ ରଂଜନ ଦାସ, ଫୋରମ୍‌ର ମୁଖ୍ୟ ପରିଚାଳକ ଅମୃତ କୁମାର ପୃଷ୍ଟି ଏବଂ ଆମ ଘରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ‘ଆମ ଘର’ରେ ରହୁଥିବା ୩୨ଜଣ ଶିଶୁଙ୍କର ଦନ୍ତ ଚିକିତ୍ସା କରାଯାଇଥିଲା। ଶେଷରେ ‘ଆମ ଘର’ର ପରିଚାଳିକା ଭୁବନେଶ୍ୱରୀ ସାମଲ ଭାରତ ବିକାଶ ପରିଷଦର ସମସ୍ତ ସଦସ୍ୟ ଏବଂ ଆମ ଘରର ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର