ମଧ୍ୟାହ୍ନ ଭୋଜନ ପରିବର୍ତେ ଛାତ୍ରଛାତ୍ରୀଙ୍କୁ ଟଙ୍କା ଦିଆଯାଉ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଖାଦ୍ୟ କମିସନ୍‌ ଗତ ୧୮ତାରିଖରେ ନିର୍ଦ୍ଦିଷ୍ଟ କେତେକ ଜିଲ୍ଲାରେ ସ୍କୁଲରେ ଏମ୍‌ଡିଏମ୍‌, ଏସ୍‌ଏନ୍‌ପି ଖାଦ୍ୟକୁ ଅନୁପଯୁକ୍ତ ଦର୍ଶାଇଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ବିକାଶ ପରିଷଦ ପକ୍ଷରୁ ଆଜି ଲୋହିୟା ଏକାଡେମିଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଖାଦ୍ୟ ପରିବର୍ତେ ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କ୍‌ ଆକଉଣ୍ଟ୍‌ ଜରିଆରେ ଟଙ୍କା ପ୍ରଦାନ କରିବାକୁ ଦାବି କରାଯାଇଛି। ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ବର୍ତମାନ ରାଜ୍ୟ ବାହାରର କିଛି ଠିକା ସଂସ୍ଥା ମଧ୍ୟାହ୍ନ ଭୋଜନ ଖାଦ୍ୟ ବଣ୍ଟନ ଦାୟିତ୍ୱରେ ଅଛନ୍ତି। ଅସାଧୁ ଉପରିସ୍ଥ ଅଧିକାରୀ ଓ ରାଜନେତାଙ୍କୁ ହାତଗୁଞ୍ଜା ଦେଇ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ କରୁଛନ୍ତି। ଯାହା ସେମାନଙ୍କ ଜୀବନକୁ ବିପଦରେ ପକାଉଛି। ଏଣୁ ସିଧାସଳଖ ଛାତ୍ରଛାତ୍ରୀ ଓ ତାଙ୍କ ମାତାଙ୍କ ଯୁଗ୍ମ ବ୍ୟାଙ୍କ୍‌ ଖାତାରେ ଡି.ବି.ଟି. ଜରିଆରେ ଟଙ୍କା ପ୍ରଦାନ କରାଯାଉ। ଅନୁଷ୍ଠାନର କର୍ମକର୍ତା ସାରା ମିଶ୍ର, ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର