ଜଟଣୀ: ଜଟଣୀ ପୌରପାଳିକାରେ ପୌରାଧ୍ୟକ୍ଷ ଅନନ୍ତ ବେହେରାଙ୍କ ବିରୋଧରେ ଧାରଣା ଦେଇଛନ୍ତି ଉପାଧ୍ୟକ୍ଷା ଆରତି ରାଉତ। ଶ୍ରୀ ବେହେରା କିଛି ହାତଗଣତି କାଉନସିଲରଙ୍କୁ ଧରି ମନମୁଖୀ ଶାସନ ଚଳାଇ ଆସୁଥିବା ଉପାଧ୍ୟକ୍ଷା ଅଭିଯୋଗ କରିଛନ୍ତି। ସବୁ କାର୍ଯ୍ୟରେ କେବଳ ଉକ୍ତ କାଉନସିଲର୍‌ମାନଙ୍କୁ ସାମିଲ କରାଯାଉଥିବା ବେଳେ ଅନ୍ୟମାନଙ୍କୁ ଅଣଦେଖା କରାଯାଉଛି। ପୌରପାଳିକା ବୈଠକଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଭେଟିବା, ଟେଣ୍ଡର ଭଳି କାମରେ ମଧ୍ୟ କେବଳ ସେହି ୪/୫ ଜଣ ନିକଟତମ କାଉନସିଲର୍‌ ସାମିଲ ହେଉଛନ୍ତି।

Advertisment

ଏପରିକି ଅନେକ ବେଆଇନ୍‌ କାର୍ଯ୍ୟରେ ପୌରାଧ୍ୟକ୍ଷ ଲିପ୍ତ ଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ପୌରାଧକ୍ଷଙ୍କ ଏଭଳି ବେଆଇନ୍ ଓ ମନମୁଖୀ ଶାସନକୁ ବିରୋଧ କରି ଆଜି ପୌରପାଳିକା କାର୍ଯ୍ୟାଳୟ ସାମ୍ନାରେ ଉପାଧ୍ୟକ୍ଷା ଧାରଣା ଦେଇଛନ୍ତି। ଅନ୍ୟପଟେ ପୌରାଧକ୍ଷ ଶ୍ରୀ ବେହେରା କହିଛନ୍ତି, ସମସ୍ତ ଅଭିଯୋଗ ଭିତ୍ତିହୀନ ଓ ମନଗଢ଼ା। ସବୁ କାର୍ଯ୍ୟରେ ଉପାଧ୍ୟକ୍ଷଙ୍କୁ ସାମିଲ କରାଯାଉଛି, ଯାହାର ଦସ୍ତଖତ ମଧ୍ୟ ରହିଛି। ଏଥିସହ ସବ୍‌କଲେକ୍ଟର୍‌ ରିଭ୍ୟୁ ବୈଠକରେ କାହାକୁ ଡକାଯାଇ ନଥିଲା, ତେଣୁ ସେ ଭାବୁଛନ୍ତି ମୁଁ ଜଣାଇ ନାହିଁ। ଅନ୍ୟପଟେ ପୌରପାଳିକାର ସମସ୍ତ କାମ ସ୍ବଚ୍ଛତାର ସହ ଚାଲିଛି ବୋଲି ଅଧ୍ୟକ୍ଷ ପ୍ରତିକ୍ରିୟା ଦେଇଛନ୍ତି।