ପୁଣି ମନୋରଞ୍ଜନ ଦୁନିଆକୁ ଫେରିଛି ଓଡ଼ିଆ ଆଲ୍ବମ୍ ଗୀତ। ସାଟେଲାଇଟ୍ ନୁହେଁ ବରଂ ୟୁଟ୍ୟୁବ୍ରେ ଲୋକପ୍ରିୟ ହେଉଛି ଏହି ଗୀତ ଓ ଭିଡିଓ ସବୁ। ଟିଭିରେ ପ୍ରସାରଣ ନକରି ସିଧାସଳଖ ଇଣ୍ଟର୍ନେଟ୍ରେ ନିଜସ୍ୱ ଚ୍ୟାନେଲ୍ କରି ପ୍ରାଯୋଜନା ସଂସ୍ଥା ଭଲ ବ୍ୟବସାୟ କରୁଛନ୍ତି। ଫଳରେ ପୁଣି ଥରେ ଓଡ଼ିଶାରେ ଆଲବମ୍ କ୍ରେଜ୍ ବଢ଼ିଲାଣି। ଆମ ରାଜ୍ୟରେ କେବଳ ଓଡ଼ିଆ ନୁହେଁ ବରଂ ବିଭିନ୍ନ ଆଞ୍ଚଳିକ ଭାଷାରେ ମଧ୍ୟ ସଂଗୀତ ନିର୍ମିତ ହେଲାଣି। ଆଦିବାସୀମାନଙ୍କ ୬୨ ପ୍ରଜାତି ମଧ୍ୟରୁ ଶୁଣିବାକୁ ଭଲ ଲାଗୁଥିବା ସାନ୍ତାଳୀ ପରେ ଏବେ ଦେଶିଆ ପ୍ରଜାତିର ସଂଗୀତ ଆଲବମ୍ ଦୁନିଆରେ ପ୍ରବେଶ କରିଛି। ପ୍ରଥମ କରି ଏମିତି ଏକ ଦେଶିଆ ଆଲବମ୍ ‘ହାଏ ହାଏରେ ହାଏ ପିଲା..’ ମୁକ୍ତିଲାଭ ହୋଇଥିବା ବେଳେ ମାତ୍ର ୧ବର୍ଷରେ ଏହା ୬ ମିଲିଅନ୍ ଦର୍ଶକଙ୍କ ପ୍ରଶଂସା ସାଉଁଟିିଛି। ‘ଓମ୍ଟିଭି ଓଡ଼ିଶା’ ନାମକ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଅପ୍ଲୋଡ୍ ହୋଇଥିବା ଏହି ସଂଗୀତକୁ କିଛି ଦେଶିଆ ପ୍ରଜାତିର କଣ୍ଠଶିଳ୍ପୀ ଗାଇଥିବା ବେଳେ ଏହାକୁ ନିର୍ଦେଶନା ଦେଇଛନ୍ତି ବିଦ୍ୟାଧର ବାରିକ(ମଧୁ)। କିସ୍’ର ସଂସ୍କୃତି ବିଭାଗର ଛାତ୍ରୀମାନେ ଏଥିରେ ପାରମ୍ପରିକ ବେଶପୋଷାକରେ ସଜେଇ ହୋଇ ଆଦିବାସୀ ନୃତ୍ୟ ପରିବେଷଣ କରିଛନ୍ତି। ସୋସିଆଲ୍ ମିଡିଆରେ ଏହାର ଦର୍ଶକ ସଂଖ୍ୟା ଏ ଯାବତ୍ ୮ ହଜାରରୁ ଅଧିକ ଦର୍ଶକ ଏଥିରେ ନିଜର ମତାମତ ପ୍ରଦାନ କରିଛନ୍ତି। ୫୦ ଲକ୍ଷରୁ ଅଧିକ ଦର୍ଶକ ଏହି ଭିଡିଓକୁ ଅପଲୋଡ୍ କରିଥିବା ବେଳେ ବିଦେଶରେ ୨ହଜାର ୨ଶହ ଦର୍ଶକ ଏହାକୁ ଦେଖିଛନ୍ତି।
ରେକର୍ଡ ରଚୁଛି ହାଏ ହାଏରେହାଏ ପିଲା...
/sambad/media/post_attachments/wp-content/uploads/2018/07/madhu-lifestyle2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)