ଖଣ୍ଡଗିରି: ବରମୁଣ୍ଡାରେ ନିର୍ମାଣାଧୀନ ଅନ୍ତଃରାଜ୍ୟ ବସ୍ ଟର୍ମିନାଲରୁ ଆଜି ଜବରଦଖଲ ଉଚ୍ଛେଦ ହୋଇଛି। ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଥିବା ୨୯ଟି ଆଜବେଷ୍ଟସ୍ ଘର, ୩ଟି ଚାଳଘର, ୪ଟି ଲୁହାଗେଟ୍, ୫ଟି ପଲିଥିନ୍ ନିର୍ମିତ ଘର, ୪ଟି କ୍ୟାବନ୍ ଓ ୨୫୦ ଫୁଟ୍ର ପାଚେରି; ଏଭଳି ୩୫ଟି ଜବରଦଖଲ ଉଚ୍ଛେଦ ହୋଇଛି। ଏଠାରୁ ଜଣେ ବରିଷ୍ଠ ଆଇଏଏସ୍ ଅଫିସର୍ଙ୍କ ଗାଡ଼ି ଚାଳକଙ୍କ ଘର ଭାଙ୍ଗିବା ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କେତେକ ଲୋକ ଡୋଜର୍ ଆଗରେ ବସି ରହିବାରୁ ଉଚ୍ଛେଦ ବାଧାପ୍ରାପ୍ତ ହୋଇଥିଲା। ଏହା ପରେ ପୁଲିସ ହସ୍ତକ୍ଷେପ କରିବା ସହ ଆନ୍ଦୋଳନକାରୀଙ୍କୁ ହଟାଇବା ପରେ ଉଚ୍ଛେଦ ହୋଇଥିଲା। ଏଥିପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଏକ ପ୍ଲାଟୁନ ରିଜର୍ଭ ପୁଲିସ ଓ ଗୋଟିଏ ସେକ୍ସନ ମହିଳା ପୁଲିସ ମୁତୟନ କରାଯାଇଥିଲା। ଉଚ୍ଛେଦ ସମୟରେ ବିଡିଏର ନୂଆ ଏନ୍ଫୋର୍ସମେଣ୍ଟ ଅଫିସର୍ ଶ୍ୱେତ କୁମାର ଦାଶ, ବିଡିଏ ଲିଆସନ୍ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଡିଭିଜନ୍-୧ର ସହକାରୀ ଯନ୍ତ୍ରୀ ଜ୍ୟୋତିରଞ୍ଜନ ସାହୁ, ଭରତପୁର ଆଇଆଇସି ବିଭୁଦତ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ବିଧାନସଭା ସ୍ଥଗିତ ଥିବା ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ ବୈଠକ ଡାକିଥିଲେ। ବୈଠକରେ ଉଚ୍ଛେଦ ସମୀକ୍ଷା ହେବା ସହ ଏହି ବରମୁଣ୍ଡା ବସ୍ଷ୍ଟାଣ୍ଡ ଓ ଚଳିତ ମାସର ଉଚ୍ଛେଦ କାର୍ଯ୍ୟକ୍ରମ ସ୍ଥିର କରିଥିଲେ।
ବରମୁଣ୍ଡା ନିର୍ମାଣାଧୀନ ବସ୍ ଟର୍ମିନାଲରୁ ଜବରଦଖଲ ଉଚ୍ଛେଦ: ପ୍ରବଳ ବିରୋଧ ସତ୍ତ୍ବେ ଭାଙ୍ଗିଲା ୩୫ ବେଆଇନ ନିର୍ମାଣ
/sambad/media/post_attachments/wp-content/uploads/2023/04/g4j654gdgjdgjdgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)