ହାପି ଲିଭିଙ୍ଗ୍‌ ଫାଉଣ୍ଡେସନ ପକ୍ଷରୁ ଦେବ ଦୀପାବଳି

ଭୁବନେଶ୍ୱର: ହାପି ଲିଭିଙ୍ଗ୍‌ ଫାଉଣ୍ଡେସନ ପକ୍ଷରୁ ୟୁନିଟ୍‌-୩ ରାମ ମନ୍ଦିର ଠାରେ ଦେବ ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବ ଅବସରରେ ରାମ ମନ୍ଦିରରେ ୫୦୦୦ ଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। କାର୍ଯ୍ୟକ୍ରମକୁ ନାସାର ବରିଷ୍ଠ ବୈଜ୍ଞାନିକ ଡ. ଓମ୍‌ ପ୍ରକାଶ ପାଣ୍ଡେ ଉଦ୍‌ଘାଟନ କରିଥିଲେ। ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଯୋଗଦେଇ ଆମ ସଂସ୍କୃତି ଓ ପରମ୍ପରାରେ ପ୍ରଭୁ ଜଗନ୍ନାଥଙ୍କ ସମ୍ପୃକ୍ତି ଓ ଦେବ ଦୀପାବଳିର ମହତ୍ତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଅର୍ଗସ ଟିଭିର ନିର୍ଦ୍ଦେଶକ ସଞ୍ଜୟ ଜେନା, ଚଳଚ୍ଚିତ୍ର ଅଭିନେତା ବବି ମିଶ୍ର, ପ୍ରବଚକ ଶ୍ରୀ ସନ୍ନ୍ୟାସୀ, ପ୍ରଭାତ ନାୟକ, ଆଡ୍‌ଭୋକେଟ୍‌ ବନ ମହାନ୍ତି, ମମତା ପରିଡ଼ା, ନିବେଦିତା ଭଞ୍ଜ ଓ ଲୋପାମୁ୍ଦ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ମନୋଜ ଲେଙ୍କା ସ୍ୱାଗତ ଭାଷଣ ଦେଇଥିବା ବେଳେ ସମାଜସେବୀ ମନୋଜ ପାଳ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର