ପୁଲିସ୍‌ କମିସନରଙ୍କୁ ୧୧ ହଜାର ଟଙ୍କା ଦାନ କରି ଚର୍ଚ୍ଚାରେ କୁନି ପୁଅ ଦେବଙ୍କ

ଭୁବନେଶ୍ବର: କୁନି ପୁଅ ଦେବଙ୍କ ଅଗ୍ରୱାଲ ଦେଖାଇଲା ବଡ଼ ହୃଦୟ । ରାସ୍ତାରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀଙ୍କ ପାଇଁ ନିଜ ଜମା ଅର୍ଥରୁ ୧୧ ହଜାର ଟଙ୍କା ଦାନ କରିଛନ୍ତି ଦେବଙ୍କ । ନିଜ ଅବିଭାବକଙ୍କ ସହ ପୁଲିସ କମିସନରଙ୍କ ଅଫିସକୁ ଯାଇ ନିଜ ହାତରେ ଏହି ଟଙ୍କା ଦାନ କରିଛି ଏହି କୁନି ପୁଅଟି । ଏହି ଟଙ୍କା ମୁଖ୍ୟତଃ ମହିଳା ପୁଲିସ କର୍ମଚାରୀଙ୍କ ପାଇଁ ଦାନ କରିଛନ୍ତି ଦେବଙ୍କ ।

ଦେବଙ୍କର ବୟସ ବର୍ତ୍ତମାନ ୬ବର୍ଷ । ସେ ପ୍ରଥମ ଶ୍ରେଣୀରେ ପଢୁଛି । ଦେବଙ୍କର କହିବା କଥା କି ପୁଲିସ ଏହି କରୋନା ସମୟରେ ରାସ୍ତା ଉପରେ ଡ୍ୟୁଟି କରି ଆମମାନଙ୍କୁ ସୁରକ୍ଷା ଦେଉଛନ୍ତି । ତେବେ ଜଣେ କୁନି ପିଲାରେ ଏଭଳି ଚିନ୍ତାଧାରକୁ ପ୍ରଶଂସା କରିଛନ୍ତି ପୋଲିସ କମିସନର।

ସମ୍ବନ୍ଧିତ ଖବର