ଭୁବନେଶ୍ବର: ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ବିଶ୍ବନାଥ ମଲ୍ଲିକଙ୍କ ପୁସ୍ତକ ‘ଦେବୀ ଦର୍ଶନ’ ଲୋକାର୍ପିତ ହୋଇଯାଇଛି। ରୋଟାରି ଭବନରେ ଆୟୋଜିତ ଏହି ଉତ୍ସବରେ ଉଦ୍ଘାଟକ ଭାବେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗ ଦେଇଥିବା ବେଳେ ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି, ସମାଲୋଚକ ପ୍ରେମାନନ୍ଦ ମହାପାତ୍ର ମୁଖ୍ୟବକ୍ତା ଏବଂ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଶୁଭେନ୍ଦୁ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ଶିଶୁ ସାହିତ୍ୟିକ ମହେନ୍ଦ୍ର କୁମାର ମଲ୍ଲିକ ସଭାପତିତ୍ବ କରିଥିବା ବେଳେ ବିଶ୍ବନାଥ ମଲ୍ଲିକ ସ୍ବାଗତଭାଷଣ ଓ ପୁସ୍ତକର ସଂକ୍ଷିପ୍ତ ସୂଚନା ଦେଇଥିଲେ। ସଂଯୋଜିକା ଚମକ ଚାନ୍ଦିନୀ ଦାଶ ଧନ୍ୟବାଦ ଦେଇଥିଲେ।