ଶୋଭନୀୟତାର ବିକାଶ ହେଲେ ସମାଜ ସୁରକ୍ଷିତ ହେବ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଅଶୋଭନୀୟତା ନିରୋଧ ଦିବସ ଅବସରରେ ଶୋଭନୀୟ ଆନ୍ଦୋଳନ ପକ୍ଷରୁ ଇଡକଲ୍‌ ଅଡିଟୋରିୟମ୍‌ଠାରେ ସ୍ୱାତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଜଷ୍ଟିସ୍‌ ମନୋରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ପ୍ରତ୍ୟେକ ଦିନ ହେଉଛି ଅଶୋଭନୀୟତା ନିରୋଧ ଦିନ। ଆଜିର ହିଂସା, ପ୍ରତିହିଂସା, ଅମାନବିକତାରେ କବଳିତ ସମାଜର ପରିବର୍ତନ ନିମନ୍ତେ ପୂଜ୍ୟଶ୍ରୀ କୁମାର ଭାଇଙ୍କ ପ୍ରଦର୍ଶିତ ମାର୍ଗରେ ଆମର ଚିନ୍ତା, ଭାଷା, ଲେଖା, କର୍ମ ଓ ଆଚରଣ ଶୋଭନୀୟତା ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ବିଜୟ ପଟ୍ଟନାୟକ, ଡ. ଅମରେନ୍ଦ୍ରନାଥ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଏକ ଶାନ୍ତି ଶୋଭାଯାତ୍ରା ମାଷ୍ଟରକ୍ୟାଷ୍ଟିନଠାରୁ ବାହାରି ଇଡକଲ୍‌ ଅଡିଟୋରିୟମ୍‌ରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାକୁ ଉଦ୍‌ଘାଟନ କରିଥିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ସେବା ମହାପାତ୍ର। ଏହି କାର୍ଯ୍ୟକ୍ରମରେ ଅରୁନ୍ଧତୀ ଦେବୀଙ୍କ ଦ୍ୱାରା ଲିଖିତ ପୁସ୍ତକ ପିଲାଙ୍କ କୁମାର ଭାଇ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଶେଷରେ ବନଲତା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ। ମମତା ପ୍ରଧାନ, ନିରାକାର ବେଉରା, କେଦାରଲକ୍ଷ୍ମୀ ଦାସ, ନିରଦବରଣ ଖୁଣ୍ଟିଆ, ଗୟାଧର ପାଣିଗ୍ରାହୀ, ରାକେଶ କୁମାର, ଉନ୍ମେଷ କୁମାର, ଦୟାନିଧି ରାଉତ, ରମେଶ, ଅପର୍ଣ୍ଣା ନାୟକ, ବସନ୍ତ ଆଚାର୍ଯ୍ୟ, ମିହିର କୁମାର ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର