ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଧାନଦିଆ ଗ୍ରାମରେ ପ୍ରତିଷ୍ଠିତ ହୋଇଥିବା ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିରର ପରିଚାଳନା କମିଟି ବୈଠକ ଭୁବନେଶ୍ୱରର ଏକ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଡ.ରମେଶ ଚନ୍ଦ୍ର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ଘଟୁଥିବା ବିଭିନ୍ନ ପ୍ରକାର ବିଶୃଙ୍ଖଳା ଏଡ଼ାଇବା ପାଇଁ ଗ୍ରାମରେ ଶାନ୍ତି ମୌତ୍ରୀର ପ୍ରଗତି ପାଇଁ ପ୍ରତ୍ୟେକଙ୍କ ମନରେ ଧର୍ମୀୟ ଚେତନାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଉପ-ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାମଲ ଗ୍ରାମର ଉନ୍ନତି ପାଇଁ ସମସ୍ତେ ଏକ ହୋଇ କାମ କରିବା ପାଇଁ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ବିଶ୍ୱ ଖାଦ୍ୟ ସୁରକ୍ଷା ସଂଗଠନ ଦାୟିତ୍ୱରେ ଥିବା ନିର୍ଦ୍ଦେଶକ ହିମାଂଶୁ ବଳ ଶିକ୍ଷା ଉପରେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ଗ୍ରାମର ଅନ୍ୟତମ ଯୁବ ନେତା କୈଳାସ ଚନ୍ଦ୍ର ପରିଡା ମନ୍ଦିର ପରିଚାଳନା ନେଇ ସୂଚନା ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ଦାସ, ବସନ୍ତ କୁମାର ପରିଡ଼ା, ପଞ୍ଚାନନ ବିଶ୍ୱାଳ, ପ୍ରମୁଖ ମନ୍ଦିର ପରିଚାଳନାର ବିଭିନ୍ନ ଦିଗପତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମାନସ ଦାସ ବୈଠକ ପରିଚାଳନା କରିଥିଲେ। ପରବର୍ତ୍ତୀ ବୈଠକ ନୂଆବର୍ଷରେ କଟକରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି।
ଶ୍ରୀଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିରର ପରିଚାଳନା ବୈଠକ
/sambad/media/post_attachments/wp-content/uploads/2017/12/Dhabaleswar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)