ପୁରୁଣା ଭୁବନେଶ୍ୱର: ଧନୁ ସଂକ୍ରାନ୍ତିରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସକାଳୁ ଅବଢ଼ା ମିଳିବା ପାଇଁ ବିଧି ରହିଥିବା ବେଳେ ଆଜି ପ୍ରାୟ ୩ଘଣ୍ଟା ନୀତି ବିଳମ୍ବ ହୋଇଥିଲା। ମନ୍ଦିର ପ୍ରଶାସନ ସହ ନିଯୋଗ ମୁଖ୍ୟଙ୍କ ସମନ୍ବୟ ଅଭାବରୁ ଏପରି ହୋଇଥିବା ଜଣାପଡ଼ିଛି। ପରମ୍ପରା ଅନୁଯାୟୀ ଧନୁ ସଂକ୍ରାନ୍ତି ମାସ ତମାମ ସକାଳ ପ୍ରାୟ ସାଢ଼େ ୮ଟାରୁ ଅବଢ଼ା ମିଳିଥାଏ। ଏନେଇ ମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ କରିଥିଲା। ସର୍ବସାଧାରଣଙ୍କ ପାଇଁ ସକାଳ ୯ଟାରୁ ଅବଢ଼ା ବିକ୍ରି କରାଯିବ ବୋଲି ଧାର୍ଯ୍ୟ ହୋଇଥିଲା। ମାତ୍ର ଟ୍ରଷ୍ଟ ବୋର୍ଡରେ ସଦସ୍ୟ ନଥିବାରୁ ତିନି ନିଯୋଗର ମୁଖ୍ୟ ମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ବୈଠକରେ ଯୋଗ ଦେଇନଥିଲେ। ଏନେଇ ଗତକାଲି ତିନି ନିଯୋଗର ମୁଖ୍ୟ ବୈଠକ କରିଥିଲେ। ତେବେ ଆଜି ସଅଳ ଧୂପ ପାଇଁ ଶ୍ରଦ୍ଧାଳୁ ମନ୍ଦିରକୁ ଆସିଥିବା ବେଳେ ସବୁ ନୀତି ବିଳମ୍ବ ହୋଇଥିଲା। ପ୍ରାୟ ୧୧ଟାରେ ସର୍ବସାଧାରଣଙ୍କ ପାଇଁ ଅବଢ଼ା ବାହାରିଥିଲା। ଏନେଇ ବ୍ରହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ ଓ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କୁହନ୍ତି, ଯେହେତୁ ନିଯୋଗ ପ୍ରତିନିଧି ଟ୍ରଷ୍ଟ ବୋର୍ଡରେ ସଦସ୍ୟ ନାହାନ୍ତି ତେଣୁ ସେମାନେ ମନ୍ଦିର ପ୍ରଶାସନକୁ ସହଯୋଗ କରିବେ ନାହିଁ। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କୁହନ୍ତି, ନିଯୋଗ ପ୍ରମୁଖଙ୍କ କିଛି ଅଭିଯୋଗ ଥିଲେ ସେମାନେ ଅତିରିକ୍ତ ଜିଲ୍ଲାପାଳ ଓ ଦେବୋତ୍ତର କମିସନରଙ୍କୁ ସାକ୍ଷାତ କରନ୍ତୁ।
ଧନୁ ସଂକ୍ରାନ୍ତିରେ ଶ୍ରଲିଙ୍ଗରାଜଙ୍କ ନୀତି ୩ଘଣ୍ଟା ବିଳମ୍ବ
/sambad/media/post_attachments/wp-content/uploads/2019/12/lingaraj-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)