ଧାରା ଶ୍ରୀରାଧା ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: କବି ମଙ୍ଗଳା ପ୍ରସାଦଙ୍କ ରଚିତ ‘ଧାରା ଶ୍ରୀରାଧା’ କାବ୍ୟ ଆଧାରିତ ନୃତ୍ୟ, ସଙ୍ଗୀତ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଧାରା ଶ୍ରୀରାଧା ମହୋତ୍ସବ-୨୦୧୮ ଉଦ୍‌ଘାଟିତ ହୋଇଛି। ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଆଜି ସନ୍ଧ୍ୟାରେ ଭଞ୍ଜକଳା ମଣ୍ଡପଠାରେ ଓଡ଼ିଶା ଆର୍ଟ ଆଣ୍ଡ କଲଚର୍‌ର ଅଧ୍ୟକ୍ଷ ଅଜୟ ସ୍ବାଇଁ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ଆର୍ଟ ଆଣ୍ଡ୍‌ କଲଚର୍‌ ପକ୍ଷରୁ ଆୟୋଜିତ ହେଉଥିବା ଏହି ତିନିଦିନିଆ ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଲୋପାମୁଦ୍ରା ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ। ତାଙ୍କ ସହିତ ମହୋତ୍ସବ ନିର୍ଦ୍ଦେଶକ ପ୍ରଫେସର ରାମହରି ଦାସ, ମନୋଜ ତ୍ରିପାଠୀ, ଗୁରୁ ନିରଞ୍ଜନ ରାଉତ, ଦୁର୍ଗାପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆତ୍ରେୟୀ ଦତ୍ତା ଓ ଦେବସ୍ମିତା ବେହେରା ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ତା ସହିତ ପଦାମୃତ ନୃତ୍ୟାୟନ ଓ ନୁପୂର ପକ୍ଷରୁ ନୃତ୍ୟ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର