‘ଭାରତର ଲୋକପ୍ରିୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ’ ଲୋକାର୍ପିତ

ଭୁବନେଶ୍ବର: ଭାରତର ଲୋକପ୍ରିୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାଧାରରେ ଜଣେ ଦକ୍ଷ ସଙ୍ଗଠକ, ମହାନ ଜନନାୟକ ଓ ପ୍ରବୀଣ ରାଜ‌ନୀତିଜ୍ଞ। ତାଙ୍କର କର୍ମପ୍ରବଣତା ତାଙ୍କୁ ଛାତ୍ରନେତାରୁ ଆଜି ବିଶ୍ବ ଦରବାରରେ ଜଣେ ବଳିଷ୍ଠ ବ୍ୟକ୍ତିତ୍ବର ପରିଚୟ ଦେଇଛି। ବିକାଶକୁ ଗୁରୁତ୍ବ ଦେଇ ସେ ସାଧାରଣ ଲୋକଙ୍କ ସେବା କରି ଆସିଛନ୍ତି। ସେ ଦେଶର ଜଣେ ଅଦ୍ବିତୀୟ ଜନନେତା। ଆଜି ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଦୈତ୍ୟାରି ମହାପାତ୍ରଙ୍କ ପୁସ୍ତକ ‘ଭାରତର ଲୋକପ୍ରିୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ’ର ଉନ୍ମୋଚନ ଅବସରରେ ଯୋଗ ଦେଇଥିବା ଅତିଥିମାନେ ଏହା କହିଛନ୍ତି।

ବିଜେପି ରାଜ୍ୟ ସଭାପତି ସମୀର ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଲୋକାର୍ପଣ କରିଥିଲେ। ବିଧାୟକ ବିଷ୍ଣୁଚରଣ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ହରିହର କାନୁନଗୋ ମୁଖ୍ୟବକ୍ତା, ସଜ୍ଜନ ଶର୍ମା ଓ ତୁଳସୀ ରାମ ଜଗତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପୁସ୍ତକର ଲେଖକ ଦୈତ୍ୟାରି ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସ୍ମିତା ସାମନ୍ତ ‘ବନ୍ଦେ ମାତରଂ’ ଗାନ କରିଥିଲେ। ତପନ କୁମାର ଦାସ ଧନ୍ୟବାଦ ଦେଇଥିଲେ। ଆଶାଲତା ବେହେରା, ରୀତାରାଣୀ ବେହେରା, ବନ୍ଦନା ହରିଚନ୍ଦନ, ସରୋଜ ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ, ସାହିତ୍ୟିକମାନେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର