ଚନ୍ଦ୍ରଶେଖରପୁର : ପ୍ରାୟ ଏକ ଲକ୍ଷରୁ ଊର୍ଧ୍ୱ ବ୍ୟକ୍ତି ବାସ କରୁଥିବା ସାଲିଆସାହିରେ ଡେଙ୍ଗୁ ଅଣାୟତ୍ତ ହୋଇପଡ଼ିଛି। ମାତ୍ର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ଯେମିତି ତତ୍ପରତା ପ୍ରକାଶ କରିବା କଥା ତାହା କରୁନାହିଁ। ଏନେଇ କେନ୍ଦ୍ର ପେଟ୍ରୋଲିୟମ୍ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସିଧାସଳଖ ଟାର୍ଗେଟ କରିଛନ୍ତି।
ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ଦିଆଯାଇଥିବା ଏକ ପିଟିସନ ଆଧାରରେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଏହି ପତ୍ର ଲେଖିଛନ୍ତି। ଏହା ଏକ ବସ୍ତି ଅଞ୍ଚଳ ହୋଇଥିବା ସତ୍ତ୍ୱେ ପରିମଳ, ଡ୍ରେନେଜ ଓ ସ୍ୱରେଜ୍ ଲାଇନ୍ର ବ୍ୟବସ୍ଥା ନଥିବା କାରଣରୁ ଡେଙ୍ଗୁ ରୋଗ ଏକ ମହାମାରୀର ରୂପ ନେଇଥିବା ଶ୍ରୀ ପ୍ରଧାନ ଉଦ୍ବେଗ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ୫୦୦ରୁ ଉର୍ଧ୍ୱ ଆକ୍ରାନ୍ତ ହୋଇଥିବା ଓ ୫ଜଣ ପ୍ରାଣ ହରାଇଥିବା ଉକ୍ତ ପିଟିସନ୍ରେ ଉଲ୍ଲେଖ ରହିଥିବା କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ସେହିପରି ରୋଗୀଙ୍କ ସଂଖ୍ୟାରେ କ୍ରମଶଃ ବୃଦ୍ଧି ଘଟୁଥିବାବେଳେ କ୍ୟାପିଟାଲ୍ ହସ୍ପିଟାଲ୍ ଓ ଅନ୍ୟାନ୍ୟ ସରକାରୀ ହସ୍ପିଟାଲ୍ ସେମାନଙ୍କର ଆବଶ୍ୟକତା ପୂରଣ କରିବାରେ ସଫଳ ହେଉନାହାନ୍ତି। ଏହାଫଳରେ ଆର୍ଥକ ଦୃଷ୍ଟିରୁ ଅନଗ୍ରସର ରୋଗୀମାନେ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି। ଏହି ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ଡାକ୍ତରଖାନା ଗୁଡ଼ିକରେ ଡେଙ୍ଗୁ ରୋଗର ମୁକାବିଲା କରିବା ପାଇଁ ସରକାରୀ ବ୍ୟବସ୍ଥାର ସାମର୍ଥ୍ୟ ବୃଦ୍ଧି କରାଯିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/dengue-2.jpg)