ଧଉଳିରୁ ୩୫ ୟୁନିଟ ରକ୍ତ ସ˚ଗ୍ରହ

ଧଉଳି: ଧଉଳି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ‘ଆମ ଓଡ଼ିଶା’ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ତଥା ଯୁବନେତା ହରେକୃଷ୍ଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରୁ ମୋଟ ୩୫ ୟୁନିଟ ରକ୍ତ ସ˚ଗ୍ରହ ହୋଇଛି। ଏହି ଅବସରରେ ଧଉଳି ପଞ୍ଚାୟତ ସରପଞ୍ଚ ପୂର୍ଣ୍ଣିମା ସାହୁ ଓ ସମିତି ସଭ୍ୟ ଭଗବାନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଧଉଳି ପଞ୍ଚାୟତରେ ଏହା ହେଉଛି ପ୍ରଥମ ରକ୍ତଦାନ ଶିବିର। ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ଉପସ୍ଥିତିରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ସୁଧାର˚ଜନ ପ୍ରଧାନ, ନାଏବ ସରପଞ୍ଚ ରଘୁନାଥ ସାହୁ, ସୁଶାନ୍ତ ସ୍ବାଇଁ, ବସନ୍ତ ମଲ୍ଲିକ, ଜିଆରଏସ ସୂର୍ଯ୍ୟକାନ୍ତ ଜେନା, ମାନସ ସ୍ବାଇଁ, ବିଜୟ ଭୋଇ, ଚାରୁକଳା ମହାବିଦ୍ୟାଳୟର ବରିଷ୍ଠ କିରାଣୀ ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ। ଆମ ଓଡ଼ିଶା ଭୁବନେଶ୍ବର ସ˚ଯୋଜକ ସ˚ଗ୍ରାମ କେଶରୀ ସାମନ୍ତରାୟଙ୍କ ସମେତ ଧଉଳି ସମ୍ବାଦ ପ୍ରତିନିଧି ନିରଞ୍ଜନ ସେନାପତି କାର୍ଯ୍ୟକ୍ରମ ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର