ଧଉଳି: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମି ଓ ଆର୍ଟଭିଜନ୍ ମିଳିତ ସହଯୋଗରେ ଧଉଳି ଶାନ୍ତିସ୍ତୂପ ପରିସରରେ ଥିବା କଳାମଣ୍ଡପରେ ୩ ଦିନ ଧରି ଚାଲିଥିବା ଧଉଳି କଳିଙ୍ଗ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଆଜିର ଉଦ୍ଯାପନୀ ସନ୍ଧ୍ୟାରେ ନୂଆ ଦିଲ୍ଲୀର ଖ୍ୟାତନାମା ଓଡ଼ିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ ଅଧିକାରୀ ଗୁରୁ ଡ. ସୋନାଲ ମାନସିଂହଙ୍କୁ ଉପରୋକ୍ତ ଅନୁଷ୍ଠାନ ପକ୍ଷରୁ ଏବର୍ଷର ‘ରୁଚିବୁଦ୍ଧ ସମ୍ମାନ’ ରେ ସମ୍ମାନିତ କରାଯାଇଛି। ପ୍ରାରମ୍ଭରେ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚି କବିତା ଆବୃତ୍ତି କରିଥିଲେ। ତେବେ ଶାସ୍ତ୍ରୀୟ କାର୍ଯ୍ୟକ୍ରମର ପ୍ରଥମ ପ୍ରସ୍ତୁତିରେ ବିଧାଲାଲ ଓ ତାଙ୍କ ସାଥୀ ଶିଳ୍ପୀମାନେ କଥକ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ପୂର୍ବଦିନମାନଙ୍କ ଭଳି ଶିଳ୍ପୀମାନେ ନୃତ୍ୟରେ ଭେଟି ଦେଇଥିଲେ ଅନ୍ୟତମ ପ୍ରମୁଖ ନଦୀ ଗଙ୍ଗାର ଗାଥା। ଯାହାର ନୃତ୍ୟ ସଂରଚନା କରିଥିଲେ ନିଜେ ବିଧା ଲାଲ। ସେହିପରି ପରବର୍ତୀ ପ୍ରସ୍ତୁତିରେ କୁଚୁପୁଡ଼ି ନୃତ୍ୟକ୍ରମରେ ଶିଳ୍ପୀ ପ୍ରତୀକ୍ଷା କାଶୀ ଓ ସହଯୋଗୀ ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ଯମୁନା ନଦୀର ମହାନ ପୌରାଣିକ କଥାବସ୍ତୁ ଦର୍ଶକମାନଙ୍କୁ ଭକ୍ତିଭାବରେ ତଲ୍ଲୀନ କରି ଦେଇଥିଲା। ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ବୈଜୟନ୍ତୀ କାଶୀ। ଏହାପରେ ଓଡ଼ିଶା ଡ୍ୟାନ୍ସ ଏକାଡେମିର କଳାକାରମାନେ ଗୁରୁ ଅରୁଣା ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟରେ ଭେଟି ଦେଇଥିଲେ ବାପୁଜୀଙ୍କ ମହାମନ୍ତ୍ର ‘ଅହିଂସା’। ଏହାର ସଂଳାପ କେଦାର ମିଶ୍ର ପ୍ରସ୍ତୁତ କରିଥିବା ବେଳେ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ। ଶାସ୍ତ୍ରୀୟ କାର୍ଯ୍ୟକ୍ରମର ଶେଷ ପ୍ରସ୍ତୁତି ଥିଲା ମଧୁ ନଟରାଜ ଓ ସାଥୀଙ୍କ ଦ୍ୱାରା ସମରକଳା ନୃତ୍ୟ ଐକମ୍। ଅନ୍ତିମ ସନ୍ଧ୍ୟାରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ପି୍ରୟମ୍ବଦା ମହାନ୍ତି ହେଜ୍ମାଦୀ, ଅନ୍ୟତମ ଓଡ଼ିଶୀ ନୃତ୍ୟାଙ୍ଗନା ଡ . ମିନତି ମିଶ୍ର, ରାଜସ୍ୱ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ତ୍ରିପାଠୀ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଡ . ନିତିନ ଭାନୁଦାସ ଜାେଓ୍ଵଲ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଂପାଦକ କମଳାକାନ୍ତ ମିଶ୍ର, ଓଡ଼ିଶା ଡ୍ୟାନ୍ସ ଏକାଡେମିର ସଭାପତି ସତ୍ୟାନନ୍ଦ ମିଶ୍ର, ସଂପାଦିକା ଗୁରୁ ଅରୁଣା ମହାନ୍ତି, ଆର୍ଟଭିଜନ୍ର ସଂପାଦିକା ଗୁରୁ ଇଲିଆନା ସିତାରିଷ୍ଟ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଡ. ଶ୍ରୀନିବାସ ଘଟୁଆରୀ ଓ ମେଘନା ଦାସ। ଏଥିସହିତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର ଉପ-ନିର୍ଦ୍ଦେଶକ ଉତ୍ପଳ କୁମାର ପତିୟ, ସହକାରୀ ନିର୍ଦ୍ଦେଶକ ସରୋଜ କୁମାର ଜେନା, ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ, ରତିକାନ୍ତ ପଟ୍ଟନାୟକ, ପରିସଂଖ୍ୟାନ ଅଧିକାରୀ ବିଜୟ କୁମାର ମାଝୀ, ପ୍ରମୋଦ କୁମାର ସାମଲ, ସୁଶାନ୍ତ କୁମାର ପାଣିଗ୍ରାହୀ ଓ ସୁଦର୍ଶନ ବଟୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଧଉଳି କଳିଙ୍ଗ ମହୋତ୍ସବ ଉଦ୍ଯାପିତ
ସୋନାଲା ମାନସିଂହଙ୍କୁ ରୁଚିବୁଦ୍ଧ ସମ୍ମାନ
/sambad/media/post_attachments/wp-content/uploads/2018/02/dhauli-utsav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)