ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମି ଓ ଭୁବନେଶ୍ବର ଆର୍ଟ ଭିଜନ ପକ୍ଷରୁ ଧଉଳି-କଳିଙ୍ଗ ମହୋତ୍ସବ ଆସନ୍ତା ୭ରୁ ୯ ତାରିଖ ଯାଏଁ ଧଉଳି ପାଦଦେଶରେ ଅନୁଷ୍ଠିତ ହେବ। ମହୋତ୍ସବରେ ନୃତ୍ୟଶିଳ୍ପୀମାନେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକନୃତ୍ୟ ଓ ଦେଶବିଦେଶର ସମରକଳା ପ୍ରଦର୍ଶନ କରିବେ। ଭାରତୀୟ ସଂସ୍କୃତିର ମହାନ ଐତିହ୍ୟ ଓ ପରମ୍ପରା ବିଷୟରେ ଯୁବପିଢ଼ିଙ୍କୁ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆଜି ଓଡ଼ିଶା ଡ୍ୟାନ୍ସ ଏକାଡେମି ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକାଡେମିର ଅରୁଣା ମହାନ୍ତି ସୂଚନା ଦେଇଛନ୍ତି। ପ୍ରତିବର୍ଷ ପରି ଓଡ଼ିଶା ଡ୍ୟାନ୍ସ ଏକାଡେମି ପକ୍ଷରୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ କୃତବିଦ୍ୟ ବ୍ୟକ୍ତିତ୍ବଙ୍କୁ ପ୍ରଦାନ କରାଯିବ। ଚଳିତ ବର୍ଷ ‘ରୁଚି ବୁଦ୍ଧ ସମ୍ମାନ’ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ତାଙ୍କୁ ନଗଦ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିପରି ଓଡ଼ିଶା ଡ୍ୟାନ୍ସ ଏକାଡେମିର ପ୍ରତିଷ୍ଠାତା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ’ ଗୁରୁ ଘନଶ୍ୟାମ ପଣ୍ଡା, ଗୁରୁ ଆଲୋକା କାନୁନ୍ଗୋ, ଓଡ଼ିଶୀ ନୃତ୍ୟଶିଳ୍ପୀ ଦେବୀ ମିଶ୍ର, ଡ. ନିରଞ୍ଜନ ତ୍ରିପାଠୀ, ସ୍ବାତୀ ତ୍ରିପାଠୀ, ଜୟଦେବ ଦାସ ପ୍ରମୁଖଙ୍କୁ ପ୍ରଦାନ କରାଯିବ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଆର୍ ଯାଦବ, ବିଭାଗୀୟ ବରିଷ୍ଠ ଅଧିକାରୀ ରତିକାନ୍ତ ପଟ୍ଟନାୟକ ଓ ଆର୍ଟ ଭିଜନର ଏଲିଆନା ସୀତାରିଷ୍ଟ ଉପସ୍ଥିତ ଥିଲେ।
ଧଉଳି-କଳିଙ୍ଗ ମହୋତ୍ସବ ୭ରୁ, ନୃତ୍ୟଗୁରୁ ପଦ୍ମଶ୍ରୀ ମାୟାଧର ରାଉତ ପାଇବେ ‘ବୁଦ୍ଧ ସମ୍ମାନ’
/sambad/media/post_attachments/wp-content/uploads/2019/11/dhauli-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)