ଧଉଳି ଲାଇଟ, ସାଉଣ୍ତ ସୋ’ ସମୟ ବଦଳିଲା

ଧଉଳି: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଶୀତଋତୁ କାର୍ଯ୍ୟସୂଚୀ ଅନୁଯାୟୀ ଆଜିଠାରୁ ଧଉଳି ଶାନ୍ତିସ୍ତୂପ ପରିସରରେ ଚାଲିଥିବା ଲାଇଟ, ସାଉଣ୍ତ ସୋ’ର ସମୟରେ ପରିବର୍ତ୍ତନ ହୋଇଛି। ପରିବର୍ତ୍ତିତ ଏହି ନୂତନ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମ ସୋ ସ˚ଧ୍ୟା ୬ଟା ୩୦ମିନିଟରୁ ୭ଟା ୫ମିନିଟ ପର୍ଯ୍ୟନ୍ତ ଚାଲୁଛି। ଏହାପରେ ଦ୍ବିତୀୟ ସୋ ସଂଧ୍ୟା ୭ଟା ୧୫ରୁ ୭ଟା ୫୦ମିନିଟ ପର୍ଯ୍ୟନ୍ତ ଚାଲୁଛି ବୋଲି ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ ସୂଚନା ଦେଇଛନ୍ତି। ଶୀତଦିନର ଥଣ୍ଡା ଏବଂ ଶୀଘ୍ର ଅନ୍ଧାର ହୋଇଯାଉଥିବାରୁ ପର୍ଯ୍ୟଟକମାନଙ୍କ ସୁବିଧା ଅନୁଯାୟୀ ଏହି ସମୟରେ ପରିବର୍ତନ ଅଣାଯାଇଛି। ତେବେ ପ୍ରତି ସୋମବାର ଦିନର ସ˚ଧ୍ୟା ସୋ ପୂର୍ବଭଳି ବନ୍ଦ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର