ଧଉଳି: ଧଉଳି ଥାନା ଅଞ୍ଚଳରୁ ଗତ ୧୯ ଦିନ ତଳେ ନିଖୋଜ ଥିବା ଏକ ପ୍ରେମୀଯୁଗଳଙ୍କୁ ଉକ୍ତ ଥାନା ପୁଲିସ କେରଳର ଏର୍ଣ୍ଣାକୁଲମ ଜିଲ୍ଲାରୁ ଉଦ୍ଧାର କରିଛି। ଫୋନ ଟ୍ରାକିଂ କରି ଧଉଳି ଥାନାର ଏଏସଆଇ ଅଗାଧୁ ରାଉତ, କନ୍େଷ୍ଟବଲ୍ ଗଦାଧର ମହାପାତ୍ର ଓ ମହିଳା କନ୍େଷ୍ଟବଲ୍ ସୋନି ସାଲବାମି ପ୍ରମୁଖ ଜିଲ୍ଲାର ୩ଟି ଥାନା ଅଞ୍ଚଳରେ ଚଢ଼ଉ କରି ଉଭୟଙ୍କୁ ଉଦ୍ଧାର କରିଥିଲେ। ଗତ ୨୦ ତାରିଖରେ ଏହି ଥାନା ଅଞ୍ଚଳରେ ରହୁଥିବା କାହ୍ନା ଓରଫ ସନାତନ ବିଶୋଇ(୨୧) ନାମକ ଜଣେ ଯୁବକ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସଂପୃକ୍ତ ଛାତ୍ରୀଙ୍କୁ ଅପହରଣ କରି ନେଇଥିବା ସଂପର୍କରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ସେମାନଙ୍କୁ ଠାବ କରିବା ପାଇଁ ଗତ ୪ ତାରିଖରେ ଏର୍ଣ୍ଣାକୁଲମ ଯାଇଥିବା ବେଳେ ଆଜି ଉଭୟଙ୍କୁ ଧରି ଥାନାରେ ପହଞ୍ଚିଛି। ଆଜି ଉଭୟଙ୍କର ଡାକ୍ତରୀ ମାଇନା ସରିଥିବା ବେଳେ ଆସନ୍ତାକାଲି କାହ୍ନାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।
ଧଉଳିରୁ ନିଖୋଜ ପ୍ରେମୀଯୁଗଳ ଏର୍ଣ୍ଣାକୁଲମରୁ ଉଦ୍ଧାର
/sambad/media/post_attachments/wp-content/uploads/2018/06/lovers.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)