ଭୁବନେଶ୍ବର: ଢେଙ୍କାନାଳ ସାଂସ୍କୃତିକ ସଂଘ ପକ୍ଷରୁ ‘ଢେଙ୍କାନାଳ ମହୋତ୍ସବ’ ଆଜି ଭଞ୍ଜ କଳାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। କଟକ ଓ ଭୁବନେଶ୍ବରରେ ବାସ କରୁଥିବା ଢେଙ୍କାନାଳ ବାସିନ୍ଦାଙ୍କୁ ନେଇ ଏହି ଉତ୍ସବ ଆୟୋଜନ କରାଯାଇଥିଲା। ଢେଙ୍କାନାଳ ଥିଲା ଗଡ଼ଜାତ ଆନ୍ଦୋଳନର ଏନ୍ତୁଡ଼ିଶାଳ। ଏଠାକାର ବୀରପୁରୁଷମାନଙ୍କୁ ଉଚିତ ସମ୍ମାନ ଦେବା ସହ ରାଜଧାନୀରେ ସେମାନଙ୍କ ନାମରେ ଗୋଟିଏ ଲେଖାଏଁ ମାର୍ଗ ନାମିତ କରିବାକୁ ମତ ପ୍ରକାଶ ପାଇଛି। ଏଥିସହ ରାଜ୍ୟ ତଥା ଦେଶ ବାହାରେ ବସବାସ କରୁଥିବା ଢେଙ୍କାନାଳ ବାସିନ୍ଦାଙ୍କୁ ଏକାଠି କରି ଆଗକୁ ଏକ ବଡ଼ ମହୋତ୍ସବ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ସଂଘର ଆବାହକ ପ୍ରେମାନନ୍ଦ ବିଶ୍ବାଳ, ରାଜନାରାୟଣ ତ୍ରିପାଠୀ, କୃଷ୍ଣଚନ୍ଦ୍ର ଆଇଚ, ମାତୃପ୍ରସାଦ ମିଶ୍ର, ଭାସ୍କର ପାଲ୍ ଓ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶକ୍ତି ମିଶ୍ର, ଅସୀମା ପଣ୍ଡା, କଳ୍ପନା ଦାସ ଓ ସାନୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ ସହିଦ ବାଜି ରାଉତଙ୍କ ଉପରେ ନିର୍ମିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ପରେ ପରେ ମହିମା ଧର୍ମାବଲମ୍ବୀ ସାଧୁମାନଙ୍କ ଦ୍ବାରା ‘ମହିମା ଖଞ୍ଜଣି ଭଜନ’ ପରିବେଷିତ ହୋଇଥିଲା। ଓଡ଼ିଶୀ, ସମ୍ବଲପୁରୀ, ଡାଲ୍ଖାଇ, ଶିଙ୍ଘ ବାଦ୍ୟ ଆଦି ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କମେଡିର ତଡ୍କା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥିଲା। ପୁଣି ମା’ ଦକ୍ଷିଣକାଳୀ ଅନୁଷ୍ଠାନର ୮ରୁ ଊର୍ଧ୍ବ ଶିଳ୍ପୀଙ୍କ ଢୋଲ୍, ନିଶାନ୍, ଘଣ୍ଟି, ମାଦଳ, ଚିଡ୍କା ସାହାଯ୍ୟରେ ମାର୍ନେ ମାସ୍... ଧୂନ୍ ପରିବେଷଣ ବେଶ୍ ଚିତ୍ତାକର୍ଷକ ଥିଲା। ସେହିପରି ସଂଘ ପକ୍ଷରୁ ‘ମୋ ମାଟି ପାଇଁ ପଦେ’ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା।
ଢେଙ୍କାନାଳର ବୀରପୁରୁଷଙ୍କ ନାମରେ ରାଜଧାନୀର ମାର୍ଗ ନାମିତ ହେଉ
/sambad/media/post_attachments/wp-content/uploads/2018/12/Untitled-16-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)