ଧଉଳି: ଗୃହ ନିର୍ମାଣ ସାମଗ୍ରୀ ଯୋଗାଇଦେବା ବାହାନାରେ ୧୨ ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ଧଉଳି ଥାନା ପୁଲିସ ଜଣେ ଧୂର୍ତ୍ତକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଜଗତସିଂହପୁର ତିର୍ତ୍ତୋଲ ଥାନା ଜଜଙ୍ଗ ଗ୍ରାମର ଲକ୍ଷ୍ମୀଧର ମଲ୍ଲ(୪୧)। ଜାମିନ ଖାରଜ ହେବାରୁ ଲକ୍ଷ୍ମୀଧରକୁ ଝାରପଡ଼ା ବିଚାର ବିଭାଗୀୟ ହଜାତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ ଶିଶୁପାଳଗଡ଼ ଅଞ୍ଚଳର ବିଭୁପ୍ରସାଦ ଜେନାଙ୍କୁ ଲକ୍ଷ୍ମୀଧର ଲୁହା, ଷ୍ଟିଲ୍‌ ଛଡ଼, ସିମେଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବାକୁ କହି ତାଙ୍କଠାରୁ ୧୨ଲକ୍ଷ ଟଙ୍କା ନେଇ ଠକିଥିଲା।