ଭୁବନେଶ୍ୱର : ଆଦିମ ଆଦିବାସୀଙ୍କ ବର୍ଷା ଓ ଅରଣ୍ୟ ସଂଗୀତ ‘ଢୁମ୍ପା’ ଭାସି ଆସୁଥିଲା ଭାରତୀୟ ବିଦ୍ୟାଭବନ ପରିସରରୁ। ଜଙ୍ଗଲରେ ଉପଲବ୍ଧ ମୋହି କିମ୍ବା ଭେଣ୍ଡିଆ ମର୍ଦ୍ଦନ ଗଛ ବକ୍କଳରେ ତିଆରି ବାଦ୍ୟଯନ୍ତ୍ର ଢୁମ୍ପା ସାହାଯ୍ୟରେ ଏହି ସଙ୍ଗୀତ ପରିବେଷିତ ହୁଏ। ରାଧାକୃଷ୍ଣଙ୍କ ପ୍ରେମଲୀଳା ଉପରେ ଆଧାରିତ ଏହି ସଙ୍ଗୀତ ଶୁଣିବାକୁ ସହରିଆଙ୍କ ବେଶ୍ ଭିଡ଼ ଜମିଥିଲା ଭାରତୀୟ ବିଦ୍ୟାଭବନ ପରିସରରେ। ଅବସର ଥିଲା ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍ ଫାଉଣ୍ଡେସନ୍ ମିଳିତ ସହଯୋଗରେ ଆୟୋଜିତ ଲୁପ୍ତପ୍ରାୟ ଲୋକକଳାର ୫୭ତମ ସନ୍ଧ୍ୟାର। ନୟାଗଡ଼ର ‘ଖଣ୍ଡପଡ଼ାଗଡ଼ ଗଦାଧର ଢୁମ୍ପା ସଙ୍ଗୀତ ପରିଷଦ’ ପକ୍ଷରୁ ଏହି ସଙ୍ଗୀତ ପରିବେଷିତ ହୋଇଥିଲା। ଢୁମ୍ପା ସଙ୍ଗୀତରେ ମୁଖ୍ୟ ବାଦ୍ୟ ଢୁମ୍ପା ସହିତ ହାରମୋନିୟମ୍, ମର୍ଦ୍ଦଳ, ବଂଶୀ ଓ ଗିନି ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ। ସଙ୍ଗୀତ କାର୍ଯ୍ୟକ୍ରମକୁ ଭାରତୀ ଭୂଷଣ ମିଶ୍ର ସଂଯୋଜନା କରିଥିଲେ। ବିଦ୍ୟାଭବନର ସହଯୋଗୀ ନିର୍ଦ୍ଦେଶକ ମନ୍ମଥ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଲୁପ୍ତପ୍ରାୟ ଲୋକକଳାର ୫୭ତମ ସନ୍ଧ୍ୟା : ପରିବେଷିତ ହେଲା ‘ଢୁମ୍ପା’ ସଙ୍ଗୀତ
/sambad/media/post_attachments/wp-content/uploads/2018/09/kal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)