ଭୁବନେଶ୍ୱର : ବରିଷ୍ଠ ନାଗରିକ ସଂଘ ଓ ସିଡା ସହିଦନଗର ଆଖଣ୍ଡଳମଣି ମନ୍ଦିର ପରିସରରେ ଏକ ସ୍ୱାସ୍ଥ୍ୟ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୦୦ରୁ ଊର୍ଧ୍ୱ ଲୋକ ଉପସ୍ଥିତ ରହି ସେମାନଙ୍କର ମଧୁମେହ ଓ ରକ୍ତଚାପ ପରୀକ୍ଷା ମାଗଣାରେ କରିଥିଲେ। ବରିଷ୍ଠ ଡାକ୍ତର ବିକେ ମିଶ୍ର, ଡ. ଡିଏସ ବେହେରା, ଡା. ବିକେ ଦାସ ଏଇ ରୋଗର ପରୀକ୍ଷା କରିବା ସହ ରୋଗୀମାନଙ୍କୁ ମଧୁମେହ ଓ ରକ୍ତଚାପର କାରଣ ଓ ନିରାକରଣ ଉପରେ ବୁଝାଇଥିଲେ। ପ୍ରୋଜେକ୍ଟ ମାଧ୍ୟମରେ ରୋଗର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ଯଥା ଆଖି, କିଡିନୀ, ଲିଭର ଓ ହାର୍ଟରେ ଏହା କିପ୍ରକାର କ୍ଷତି ପହଞ୍ଚାଉଛି। ସେ ସଂପର୍କରେ ଦର୍ଶାଇଥିଲେ। ଏଥିରେ ସ୍ୱାଗତ ଭାଷଣ ଦେଇଥିଲେ ନିଶାକର ରାଉତ, ଧନ୍ୟବାଦ ଦେଇଥିଲେ ନଳିନୀ ପଟ୍ଟନାୟକ।