ବାଲିପାଟଣା: ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ଚଣାହଟ୍ଟା ଡାଇବେଟିସ୍ ସେଣ୍ଟର୍ ଆନୁକୂଲ୍ୟରେ ଆଜି ଏକ ମାଗଣା ଚିକିତ୍ସା ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନ୍ୟୁୟର୍କର ଅବସରପ୍ରାପ୍ତ ଡାଇବେଟିସ୍ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ମହାନ୍ତିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ମୁଖ୍ୟ ଅତିଥି, ଡାଇବେଟିସ୍ ଏବଂ ହୃଦ୍ରୋଗ ଡାକ୍ତର ଇନ୍ଦିରା ପଟ୍ଟନାୟକ, ଇନ୍ଦ୍ରମଣୀ ଜେନା, ଡ. ଦେବପ୍ରସାଦ ସାହୁ, ଯୋଗଗୁରୁ ଆଦିତ୍ୟାନନ୍ଦଜୀ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ଡ. ଇନ୍ଦିରା ବଳବନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା ସଭାରେ ଯୋଗଗୁରୁ ଆଦିତ୍ୟାନନ୍ଦଜୀ କହିଲେ, ଡାଇବେଟିସ୍ ରୋଗ ନୁହେଁ, ମାରାତ୍ମକ ରୋଗମାନଙ୍କର ବାହକ। ଜୀବନଶୈଳୀରେ ସଂଯମତା ରଖିଲେ ଏହାକୁ ଦୂର କରାଯାଇପାରିବ। ଡାକ୍ତରଙ୍କ ଭାଷାରେ ଏହା ରୋଗ। ପ୍ରକୃତରେ ଏହା ରୋଗ ନୁହେଁ, କିଛି ରୋଗ ପରିବ୍ୟାପ୍ତର କାରଣ ବୋଲି ସେ କହିଥିଲେ। ଖାଦ୍ୟପେୟ ଉପରେ ସଂଯମତା ରକ୍ଷା ସହ ପ୍ରତ୍ୟହ ବ୍ୟାୟାମ ଓ ଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଆଜିର ଶିବିରରେ ୮୭ ଜଣଙ୍କର ମାଗଣା ଚିକିତ୍ସା କରାଯାଇଥିଲା। କାର୍ଯ୍ୟକ୍ରମରେ ସୁଦତ୍ତା ପଟ୍ଟନାୟକ ଓ ଗୀତାଞ୍ଜଳି ବକ୍ସି ପ୍ରମୁଖଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଡାଇବେଟିସ୍ ରୋଗ ନୁହେଁ, ମାରାତ୍ମକ ରୋଗର ବାହକ
/sambad/media/post_attachments/wp-content/uploads/2020/02/87h897dfh897dfh89f7h9fshhhhhhhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)