ଭୁବନେଶ୍ବର: ରୋଗୀ ଜଣକ ସଂଖ୍ୟାଲଘୁ ସଂପ୍ରଦାୟର ହୋଇଥିବାରୁ ତାଙ୍କୁ ଡାଏଲିସସ୍ ପାଇଁ ମନା କରାଯିବା ଭଳି ଅଭାବନୀୟ ଘଟଣା ଘଟିଛି କଟକରେ। ପରବର୍ତୀ ସମୟରେ ସଂପୃକ୍ତ ବ୍ୟକ୍ତି ଜଣକ ଚିକିତ୍ସା ନ ପାଇଁ ପ୍ରାଣ ହରାଇଥିଲେ। ତେବେ ଏହି ଘଟଣା ଏବେ ଜାତୀୟ ମାନବାଧିକାର କମିସନ (ଏନଏଚଆରସି)ଙ୍କ ନିକଟରେ ପହଞ୍ଚିଛି। ମାନାବାଧିକାର କର୍ମୀ ମନୋଜ ଜେନା ଏହି ମାମଲା ଦାୟର କରିଛନ୍ତି। ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ, ସାଲେପୁର ଅଞ୍ଚଳର ଜଣେ ସଂଖ୍ୟାଲଘୁ ୟୁନାନି ଡାକ୍ତର କଟକର ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ଧରି ଡାଏଲିସିସ୍ ହେଉଥିଲେ। ରୋଗୀ ଜଣକ ଚିକିତ୍ସା ବାବଦରେ ସଂପୃକ୍ତ ହସ୍ପିଟାଲରେ ୫ଲକ୍ଷ ଟଙ୍କା ଖର୍ଚ କରି ସାରିଥିଲେ। ମାତ୍ର ଚଳିତମାସ ୧୦ତାରିଖରେ ଡାଏଲିସିସ୍ ପାଇଁ ଯାଇଥିବା ବେଳେ ସଂପୃକ୍ତ ଘରୋଇ ହସ୍ପିଟାଲ ତାଙ୍କୁ ଚିକିତ୍ସା ପାଇଁ ମନା କରି ଦେଇଥିଲା। ସଂଖ୍ୟାଲଘୁ ହୋଇଥିବା କାରଣରୁ ଚିକିତ୍ସା ହୋଇପାରିବ ନାହିଁ ବୋଲି କୁହାଯାଇଥିଲା। ଫଳରେ ଡାକ୍ତର ଜଣକ ଘରକୁ ଫେରି ଯାଇଥିଲେ ଓ ପରବର୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନଏଚଆରସି ଏହି ଘଟଣାକୁ ଗୁରୁତ୍ବର ସହ ନେବା ସହିତ ମାମଲା ପଞ୍ଜୀକୃତ ହୋଇଥିବା ଶ୍ରୀ ଜେନା କହିଛନ୍ତି।
ସଂଖ୍ୟାଲଘୁ ବୋଲି ଡାଏଲିସିସ୍ ପାଇଁ ମନା କଲା ହସ୍ପିଟାଲ୍, ଜାତୀୟ ମାନବାଧିକାର କମିସନରେ ମାମଲା
/sambad/media/post_attachments/wp-content/uploads/2020/04/Patient-dialysis-treatment.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)