ଭୁବନେଶ୍ବର, ୧୬/୬(ଇମିସ): ଯାଜପୁର ଜିଲ୍ଲାରୁ ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର ଓ କଟକ ସହ ଅନ୍ୟ ଜିଲ୍ଲାକୁ ଝାଡ଼ାବାନ୍ତି ଓ ହଇଜା ବ୍ୟାପିବା ସହ ୧୬ରୁ ଅଧିକ ଜଣଙ୍କ ମୁଣ୍ଡ ନେଲାଣି। ଶତାଧିକଙ୍କୁ ଆକ୍ରାନ୍ତ କଲାଣି। ଏତେ ସଂଖ୍ୟାରେ ଝାଡ଼ାବାନ୍ତି ରୋଗୀ ଆସୁଛନ୍ତି ଯେ ଡାକ୍ତରଖାନାରେ ଶଯ୍ୟାର ଅଭାବ ଦେଖାଦେଲାଣି। ସେପଟେ ସ୍ବାସ୍ଥ୍ୟ ବିଭାଗ ବି ପାଣିର ନମୁନାରୁ ହଇଜା ଜୀବାଣୁ ଠାବ କରିଛନ୍ତି। ସ୍ଥିତିର ଗୁରୁତ୍ବକୁ ଉପଲବ୍ଧି କରି କେନ୍ଦ୍ରୀୟ ଦଳ ଡେରା ପକାଇଲେଣି। ଏହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଭୁବନେଶ୍ବରରେ ବି ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ହେଲେଣି। ଭୁବନେଶ୍ବରରେ ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି। ଅଖାଦ୍ୟ ଓ ଦୂଷିତ ପାଣିକୁ ନେଇ ସହରର ବିଭିନ୍ନ ସ୍ଥାନରେ ଚଢ଼ଉକୁ ଜୋରଦାର କରାଯାଇଛି। ଗତକାଲି ପଳାଶୁଣୀ, ପାଣ୍ଡରା, ଗାଡ଼କଣ, ପଟିଆ, ଗଜପତିନଗର, ପାତ୍ରପଡ଼ା ଅଞ୍ଚଳରେ ବିଏମ୍ସି ସାଇନ୍ ଓ ଖାଦ୍ୟ ନିରାପତ୍ତା ଟିମ୍ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା। ଏକ ପାଉଚ୍ ପାଣି ପ୍ରସ୍ତୁତକାରୀ କମ୍ପାନିକୁ ସିଲ୍ କରାଯାଇଥିଲା। ଆଜି ସମ୍ ହସ୍ପିଟାଲ୍, ପଟିଆ, ଫାୟାର ଷ୍ଟେସନ୍ ଆଦି ଅଞ୍ଚଳରେ ବିଏମ୍ସି ସାଇନ୍ ଓ ଖାଦ୍ୟ ନିରାପତ୍ତା ଟିମ୍ ମିଳିତ ଚଢ଼ଉ କରିଛନ୍ତି। ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଓ ବାସିଖାଦ୍ୟ ନଷ୍ଟ କରିଛନ୍ତି। ଅସ୍ବାସ୍ଥ୍ୟକର ପରିବେଶ ଓ ବାସିଖାଦ୍ୟ ବିକ୍ରି ପାଇଁ ଜରିମାନା କରାଯାଇଛି। ପାଣିର ନମୁନା ସଂଗ୍ରହ କରାଯାଇଛି। ବାସିଖାଦ୍ୟ ବିକ୍ରି ଅଭିଯୋଗରେ ୩ଟି ହୋଟେଲ୍ ସିଲ୍ କରାଯାଇଛି। ବାସିଖାଦ୍ୟ ବିକ୍ରି ଅଭିଯୋଗରେ ପଟିଆ ଅଞ୍ଚଳରେ ୨ଟି ଓ ଆଚାର୍ଯ୍ୟବିହାର ଅଞ୍ଚଳର ଗୋଟିଏ ମୋଟ୍ ୩ଟି ହୋଟେଲ୍ ସିଲ୍ କରାଯାଇଛି।
ଭୁବନେଶ୍ବରର କଳିଙ୍ଗନଗର ସମେତ ଭୁବନେଶ୍ବର ସହର ଓ ସହରତଳି ଅଞ୍ଚଳରେ କିଛିକିଛି ସ୍ଥାନରେ ଝାଡ଼ାବାନ୍ତି ଦେଖାଗଲାଣି। ଏଣୁ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ବିଏମ୍ସି ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ କୁମାର ବିଶୋଇ କହିଛନ୍ତି, ଝାଡ଼ାବାନ୍ତି ଉପରେ ଆମେ ସଂପୂର୍ଣ୍ଣ ନଜର ରଖିଛୁ। ହୋଟେଲ, ରେସ୍ତୋରାଁର ଖାଦ୍ୟ ନମୁନା ନିୟମିତ ବ୍ୟବଧାନରେ ପରୀକ୍ଷା କରାଯାଉଛି। ପରିମଳ ଓ ଅନ୍ୟାନ୍ୟ ଦିଗକୁ ବି ଦୃଷ୍ଟି ଦିଆଯାଉଛି। ବିଏମ୍ସି ଖାଦ୍ୟ ନିରାପତ୍ତା ଅଧିକାରୀ ସତ୍ୟଜିତ ପଟେଲ୍ କହିଛନ୍ତି, ଗତକାଲି ୯ଟି ସ୍ଥାନରୁ ପାଣି ନମୁନା ସଂଗ୍ରହ କରାଯାଇଥିଲା। ଆଜି ୧୯ଟି ସ୍ଥାନରୁ ପାଣି ନମୁନା ସଂଗ୍ରହ କରାଯାଇଛି। ମୋଟ୍ ୨୮ଟି ସ୍ଥାନରୁ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି। ଅସ୍ବାସ୍ଥ୍ୟକର ଓ ବାସିଖାଦ୍ୟ ବିକ୍ରି କରୁଥିବା ୫ଟି ହୋଟେଲ୍ ଓ ରେସ୍ତୋରାଁକୁ ଜରିମାନା କରାଯାଇଛି। ଜରିମାନା ବାବଦ ୧୨ହଜାର ୫ଶହ ଟଙ୍କା ଆଦାୟ କରାଯାଇଛି। ଏହି ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲିବ ବୋଲି ଶ୍ରୀ ପଟେଲ୍ କହିଛନ୍ତି।
ଡରେଇଲାଣି ଝାଡ଼ାବାନ୍ତି, ହଇଜା
ଯାଜପୁର ଜିଲ୍ଲାରୁ ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର ଓ କଟକ ସହ ଅନ୍ୟ ଜିଲ୍ଲାକୁ ଝାଡ଼ାବାନ୍ତି ଓ ହଇଜା ବ୍ୟାପିବା ସହ ୧୬ରୁ ଅଧିକ ଜଣଙ୍କ ମୁଣ୍ଡ ନେଲାଣି। ଶତାଧିକଙ୍କୁ ଆକ୍ରାନ୍ତ କଲାଣି। ଏତେ ସଂଖ୍ୟାରେ ଝାଡ଼ାବାନ୍ତି ରୋଗୀ ଆସୁଛନ୍ତି...
/sambad/media/media_files/2025/06/17/2ktDug7I8QRlslmtF0q7.jpg)