ଦିବ୍ୟ ବିହାର ନାଗରିକ ସମିତିର ମିଳନ ପର୍ବ

ଭୁବନେଶ୍ବର: ଆଜି ଭଞ୍ଜ କଳାମଣ୍ଡପ ପରିସରରେ ଦିବ୍ୟ ବିହାର ନାଗରିକ ସମିତିର ଏକାଦଶ ମିଳନ ପର୍ବ ବସନ୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଓ ଅଧ୍ୟାପକ ବିଶ୍ବରଂଜନ ବିଶିଷ୍ଟ ବକ୍ତା ଭାବେ ଯୋଗଦେଇ ବସନ୍ତ ଉତ୍ସବର ମହତ୍ବ ଓ ମହାମିଳନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ବକ୍ତା ଭାବେ ବିଶିଷ୍ଟ ପ୍ରାବନ୍ଧିକ ବାବାଜୀ ଚରଣ ପଟ୍ଟନାୟକ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ସଂସ୍କୃ୍ତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ସରପଞ୍ଚ ଇତିଶ୍ରୀ ଚମ୍ପତ୍ତି, ସମ୍ପାଦକ ନବକିଶୋର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉତ୍ସବରେ ଗଞ୍ଜାମ ଅଞ୍ଚଳର ବାକ୍‌ ଓ ଶ୍ରବଣବାଧିତ ଶିଳ୍ପୀ ପ୍ରଭାସିନୀ ମିଶ୍ରଙ୍କୁ ଚଳିତ ବର୍ଷର ଦିବ୍ୟ ବିଭୂତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ଦୟାଲ ସଂଗୀତ ଏକାଡେମିର କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର