ଭୁବନେଶ୍ବର : ଲଗାତାର ଭାବେ ସୂଚନା ଓ ଲୋକସଂପର୍କ ବିଭାଗ, ଖୋର୍ଧା ଜିଲ୍ଲା ପ୍ରଶାସନ ଓ ବିଏମ୍ସି ପକ୍ଷରୁ ଦିଆଯାଉଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଫରକ୍ ଦେଖିବାକୁ ମିଳିଛି। ସୂଚନା ଓ ଲୋକସଂପର୍କ ବିଭାଗ ଖୋର୍ଧା ଜିଲ୍ଲାରେ ଯେତିକି ସଂକ୍ରମିତଙ୍କ ସଂଖ୍ୟା ଦର୍ଶାଉଛି, ତାହାକୁ ଜିଲ୍ଲା ପ୍ରଶାସନ ଓ ବିଏମ୍ସିର ସଂଖ୍ୟା ସହ ମିଶାଇଲେ ମେଳ ଖାଉନି ବୋଲି ଏକ ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ଉପରେ ମତ ରଖିଛନ୍ତି ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ। ଏକ ଭିଡିଓ ବାର୍ତା ଜରିଆରେ ଶ୍ରୀ ଚୌଧରୀ କହିଛନ୍ତି ଯେ ରାଜଧାନୀ ଓ ଖୋର୍ଧାରେ ଅନେକ ହସ୍ପିଟାଲ୍କୁ ବାହାରୁ ରୋଗୀମାନେ ଚିକିତ୍ସା ପାଇଁ ଆସୁଥିବା ବେଳେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେମାନଙ୍କ ଘର ଅନ୍ୟ ଜିଲ୍ଲାରେ କିମ୍ବା ରାଜ୍ୟ ବାହାରେ। ଆଇସିଏମ୍ଆର ପୋର୍ଟାଲରେ ରିପୋର୍ଟିଂ ସମୟରେ ସେମାନେ ଖୋର୍ଧା ଜିଲ୍ଲାର ବୋଲି ଦର୍ଶାଯାଉଛି। ତେବେ କଣ୍ଟାକ୍ଟ ଟ୍ରେସିଂ କରିବା ସମୟରେ ସେମାନଙ୍କୁ ଅଲଗା ଅଲଗା କରାଯାଉଛି। ଖୋର୍ଧା ଓ ଭୁବନେଶ୍ବରରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ଶତ ପ୍ରତିଶତ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ତେଣୁ ତଥ୍ୟରେ କୌଣସି ତାଳମେଳ ରହୁ ନ ଥିବା କଥା ଠିକ୍ ନୁହେଁ। ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ରୋଗୀ ଭୁବନେଶ୍ବରକୁ ଚିକିତ୍ସା ପାଇଁ ଆସୁଥିବାରୁ ଏଭଳି ହେଉଛି ବୋଲି ଶ୍ରୀ ଚୌଧରୀ କହିଛନ୍ତି। ଭିଡିଓ ବାର୍ତାରେ ଶ୍ରୀ ଚୌଧୁରୀ ବିଏମ୍ସି ତାଲିକାରେ ସଂଖ୍ୟା ଅଧିକ ହୋଇଥିବା ସଂପର୍କରେ କହିଛନ୍ତି।
ଜିଲ୍ଲା ପ୍ରଶାସନ ଓ ବିଏମ୍ସି ପକ୍ଷରୁ ଦିଆଯାଉଥିବା କରୋନା ସଂକ୍ରମିତଙ୍କ ତଥ୍ୟରେ ଫରକ୍ : ବାହାରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ଏଭଳି ହେଉଛି: କମିସନର
/sambad/media/post_attachments/wp-content/uploads/2020/08/covid-test-ab-fd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)