ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ମେଳଣ ପଡ଼ିଆ ଆମ୍ବ ତୋଟାରୁ ଆଜି ପୂର୍ବାହ୍ନରେ ଏକ ବିରଳ ପ୍ରଜାତିର ପେଚା ଉଦ୍ଧାର ହୋଇଛି। ଗଛରୁ ତଳକୁ ଖସିପଡ଼ିଥିବା ପେଚାଟିକୁ ଦେଖି ସ୍ଥାନୀୟ ସ୍ୱେଚ୍ଛାସେବୀ ଅଜୟ କୁମାର ବେହେରାଙ୍କ ସହିତ ଆଉ କିଛି ଯୁବକ ନିକଟସ୍ଥ ବନ ବିଭାଗ କାର୍ଯ୍ୟାଳୟରେ ଜଣାଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀମାନେ ପହଞ୍ଚିବା ପରେ ତାଙ୍କୁ ହସ୍ତାନ୍ତର କରିଥିଲେ। ବନ ବିଭାଗ କର୍ମଚାରୀମାନେ ପେଚାଟିକୁ ଆଣି ପ୍ରଥମେ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଚିକିତ୍ସା କରାଇବା ପରିବର୍ତେ ଏକ ପଞ୍ଜୁରିରେ ରଖିଥିଲେ। ଉଦ୍ଧାର ପେଚା ଛୁଆଟି ମାସକ ମଧ୍ୟରେ ଜନ୍ମ ହୋଇଥାଇପାରେ ଏବଂ ଏହାର ଲିଙ୍ଗ ଅଣ୍ଡିରା ବୋଲି ଜଣେ ବିଭାଗୀୟ କର୍ମଚାରୀ ସୂଚନା ଦେଇଛନ୍ତି। ତେବେ ଆସନ୍ତାକାଲି ତାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଇ ଏକ ସୁରକ୍ଷିତ ସ୍ଥାନରେ ଛଡ଼ାଯିବ ବୋଲି ରେଞ୍ଜ ଅଫିସର ଜୟକୃଷ୍ଣ ଦାସ କହିଛନ୍ତି।
ବିରଳ ପ୍ରଜାତିର ପେଚା ଉଦ୍ଧାର
/sambad/media/post_attachments/wp-content/uploads/2018/02/BALIANTA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)