ଭୁବନେଶ୍ବର : ଇଣ୍ଡିଆନ୍ ନ୍ୟାସ୍ନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲ୍ଚରାଲ୍ ହେରିଟେଜ୍ (ଇନ୍ଟାକ୍) ଓ ସ୍ରଷ୍ଟା ପକ୍ଷରୁ ଡିଜିଟାଲ୍ ଚିତ୍ରକଳା ପ୍ରଦର୍ଶନୀ ‘ଫ୍ରାଗ୍ନାନ୍ସ ଅଫ୍ ଏ ସୋଲ୍’ ଭାରତୀୟ ବିଦ୍ୟାଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଯୁବ ଚିତ୍ରଶିଳ୍ପୀ ଅମ୍ରିତ ପଟ୍ଟନାୟକଙ୍କ ଦ୍ବାରା ଚିତ୍ରକଳା ସବୁ ଅଙ୍କିତ ହୋଇଥିଲା। ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନା ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଇନ୍ଟାକ୍ର ରାଜ୍ୟ ଆବାହକ ଅମୀୟ ତ୍ରିପାଠୀ ଉପସ୍ଥିତ ଥିଲେ। ଚିତ୍ରଶିଳ୍ପୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ସେ ଫ୍ରି’ ହ୍ୟାଣ୍ଡ ସ୍କେଚ୍ ପାଇଁ ପୁରୁଣା ୱିଣ୍ଡୋଜ୍ ଆପ୍ ‘ପେଣ୍ଟ୍’ ବ୍ୟବହାର କରିଥିଲେ। ପ୍ରଦର୍ଶିତ କୌଣସି ଚିତ୍ରକଳାରେ ଶିରୋନାମା ଦିଆଯାଇନାହିଁ। ଦର୍ଶକ ଏହାକୁ ନିଜ ଦୃଶ୍ୟପଟ୍ଟରେ ଆଣି ନିଜେ ବୁଝିବାକୁ ଛଡ଼ା ଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପ୍ରଦର୍ଶନୀରେ ୫୫ଟି ଚିତ୍ରକଳା ପ୍ରଦର୍ଶିତ ହୋଇଥିବା ବେଳେ ୬ଟି ବିକ୍ରି ହୋଇଥିବା ସୂଚନା ମିଳିଛି।
ଡିଜିଟାଲ୍ ଚିତ୍ରକଳା ପ୍ରଦର୍ଶନୀ ’ଫ୍ରାଗ୍ନାନ୍ସ ଅଫ୍ ଏ ସୋଲ୍’
/sambad/media/post_attachments/wp-content/uploads/2019/06/bharatiya-vidya-bhawan.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)