ଟ୍ୟାକ୍ସ କଲେକ୍ଟର୍‌ଙ୍କୁ ମିଳିଲା ଡିଜିଟାଲ ମେସିନ୍‌

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଖୁବ୍‌ ଶୀଘ୍ର ରାଜଧାନୀରେ କମନ୍‌ ପେମେଣ୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ ହେବ। ଏହାର ଯେପରି ଅଧିକ ବ୍ୟବହାର ହେବ ଏବଂ ରାଜଧାନୀବାସୀ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ସାମିଲ୍‌ ହେବେ ସେଥିପାଇଁ ବିଏମ୍‌ସି ପକ୍ଷରୁ ଆଜି ଟିକସ ଆଦାୟକାରୀ ଅଧିକାରୀମାନଙ୍କୁ ଡିଜିଟାଲ ମେସିନ୍‌ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୩ ଜଣ ଟିକସ୍‌ ଆଦାୟକାରୀଙ୍କୁ ଏହି ମେସିନ୍‌ ପ୍ରଦାନ କରାଯାଇଥିବାବେଳେ ଖୁବ୍‌ ଶୀଘ୍ର ସମସ୍ତଙ୍କୁ ଦିଆଯିବ। ଏହି ବ୍ୟବସ୍ଥା ଦ୍ୱାରା ଲୋକମାନେ ନିଜ ଘରେ ବସି ଟିକସ ଦେବା ସହ ଡିଜିଟାଲ ବିଲ୍‌ ପାଇବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏହି ମେସିନ୍‌ ଜିପିଆରଏସ୍‌ ପରିଚରାଳିତ ହେବ। ଏଥିରେ ସିମ୍‌ ପଡ଼ିବ। ଏହାଦ୍ୱାରା ଲୋକ ଟିକସ ଦେବା ପରେ ପରେ ହିଁ ସଙ୍ଗେ ସଙ୍ଗେ େଓ୍ଵବସାଇଟ୍‌ରେ ଅପ୍‌ ଟୁ ଡେଟ୍‌ ହୋଇଯିବ। ଟିକସଦାତା www.ulbodisha.gov.in େଓ୍ଵବସାଇଟରେ ଏହାକୁ ଯାଞ୍ଚ କରିପାରିବେ। ଡିଜିଟାଲ ମେସିନ୍‌ ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମରେ ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ.ଶାନ୍ତି, ଡେପୁଟି କମିସନର୍‌ ଶ୍ରୀମନ୍ତ ମିଶ୍ର, ଜେଡିସି ଶୁଭ୍ରାଶୁଂ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର