ଡ୍ୟାଜଲ୍‌ ମିସ୍‌ ଇଣ୍ଡିଆ ହେଲେ ଓଡ଼ିଆ ଝିଅ ପ୍ରଜ୍ଞା

ଭୁବନେଶ୍ବର: ନୂଆଦିଲ୍ଲୀ ରୋହିଣୀ ସ୍ଥିତ ହୋଟେଲ କ୍ରାଉନ ପ୍ଲାଜାରେ ତିନିଦିନ ଧରି ଚାଲିଥିବା ମିସ୍‌ ଆଣ୍ଡ ମିସେସ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲ-୨୦୨୧ ଶନିବାର ଶେଷ ହୋଇଛି। ଏଥିରେ ମିସ୍‌ ଇଣ୍ଡିଆ ବର୍ଗରେ ଓଡ଼ିଶାର ଝିଅ ପ୍ରଜ୍ଞା ପର୍ଣ୍ଣିତା ଡ୍ୟାଜଲ୍‌ ମିସ୍‌ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି। ପ୍ରଜ୍ଞାଙ୍କ ଘର ନୟାଗଡ଼ରେ ହୋଇଥିବା ବେଳେ ସେ ଫିଜିଓଥେରାପି ଛାତ୍ରୀ। ସେ ଭୁବନେଶ୍ବର ଫ୍ୟାସନ ଭିଲ୍ଲା ପକ୍ଷରୁ ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ପ୍ରତିନିଧିତ୍ବ କରୁଥିଲେ। ଏହି କାର୍ଯ୍ୟକ୍ରମରେ ରେଖା ଭୋରା, ସୀମା ବର୍ମା, ପ୍ରଭେଶ ଶର୍ମା, ଘନଶ୍ୟାମ ଶର୍ମା ରଶ୍ମି ସିଂ ଓ ଅନୁରାଧା ଜୈନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର