ଭୁବନେଶ୍ୱର: ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟରେ ‘ଭାରତରେ ଡିଜିଟାଲ ଫାଇନାନ୍ସର ଭିିତ୍ତିଭୂମି’ ଶୀର୍ଷକ ବିଷୟରେ ଏକ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମହାପ୍ରବନ୍ଧକ ମାନବେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜିଟାଲ ଟେକ୍ନୋଲୋଜି ଏବଂ ଏହାର ବହୁଳ ବ୍ୟବହାର ଅତ୍ୟନ୍ତ ଆବଶ୍ୟକୀୟ। ଡିଜିଟାଲ ଆର୍ଥକ ଦେଣନେଣ କାରବାର ବର୍ତ୍ତମାନ ସମୟରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି। ଏହାର ପ୍ରଚାର ପ୍ରସାର ହେଲେ ଖୁବଶ୍ରୀଘ୍ର ସାଧାରଣ ଲୋକଙ୍କ ମଧ୍ୟରେ ଗ୍ରହଣୀୟ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ ବିଜିନେସ୍ ମ୍ୟାନେଜମେଣ୍ଟର ପ୍ରଫେସର ବି.ପି. ମିଶ୍ର, ଅଳଙ୍କିତ ଲିମିଟେଡ୍ର ଆଞ୍ଚଳିକ ମୁଖ୍ୟ ବିକାଶ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନର ଅର୍ଥନୈତିକ ବଜାର କିପରି କ୍ୟାସ ଲେସ୍ ବଜାର ଦିଗରେ ଆଗେଇଛି ସେ ବିଷୟରେ କହିଥିଲେ। ସେହିପରି ଉଦ୍ଯାପନୀ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ସ୍ୱରୂପ ସାହୁ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ପରାମର୍ଶଦାତା ପ୍ରଫେସର ରଞ୍ଜନ କୁମାର ବଳ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବାବେଳେ ଅନୁଷ୍ଠାନର ନିର୍ଦ୍ଦେଶକ ଜି.ଡି ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠାନର ଅଧ୍ୟାପିକା ପ୍ରଜ୍ଞାପରମିତା ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଗବେଷକମାନଙ୍କ ଦ୍ୱାରା ଆଠଟି ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପିତ ହୋଇଥିଲା।
ଡିଜିଟାଲ ଦେଣନେଣ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି
ସୃଷ୍ଟି ଏକାଡେମିରେ ଜାତୀୟସ୍ତରୀୟ ଆଲୋଚନାଚକ୍ର
/sambad/media/post_attachments/wp-content/uploads/2018/09/srusty-academy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)