ବିବାହ ବାର୍ଷିକୀ ପାଳିବେନି ଦିଲ୍ଲୀପ କୁମାର

ଦିଗ୍‌ଗଜ୍‌ ଅଭିନେତା ଦିଲ୍ଲୀପ କୁମାର ଓ ପତ୍ନୀ ସାଇରା ବାନୁ ଖାନ୍‌ ଚଳିତ ବର୍ଷ ନିଜର ବିବାହ ବାର୍ଷିକୀ ପାଳନ କରିବେ ନାହିଁ। ସାଇରା ନିଜେ ଦିଲ୍ଲୀପ କୁମା‌ରଙ୍କ ଟ୍ବିଟର୍‌ ଅକାଉଣ୍ଟ୍‌ରେ ଏହାର କାରଣ ଲେଖିଛନ୍ତି। ଚଳିତ ବର୍ଷ ୯୭ବର୍ଷ ବୟସରେ ପାଦ ଥାପିଥିବା ଦିଲ୍ଲୀପ କୁମାର କରୋନା ମହାମାରୀରେ ନିଜ ଭାଇ ଏହଶାନ୍‌ ଖାନ୍‌ ଓ ଅସଲମ୍‌ ଖାନ୍‌କୁ ହରାଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ତଳେ ଦିଲ୍ଲୀପଙ୍କ ଉଭୟ ଭାଇ ଆଖି ବୁଜିଥିଲେ। ସାଇରା ଟ୍ବିଟର୍‌ରେ ଉଲ୍ଲେଖ କରିଛନ୍ତି, ଅକ୍ଟୋବର ୧୧ ସବୁବେଳେ ମୋ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ହିଁ ଦିଲ୍ଲୀପ ସାହେବ ମୋତେ ବିବାହ କରିଥିଲେ। ମୋର ସବୁଠାରୁ ବଡ଼ ସ୍ବପ୍ନ ଏହି ଦିନ ପୂରଣ ହୋଇଥିବାରୁ ମୁଁ ଏହି ଦିନକୁ ଖୁବ୍‌ ଭଲ ଭାବେ ପାଳନ କରେ। କିନ୍ତୁ କିଛି ଦିନ ତଳେ ଦିଲ୍ଲୀପଙ୍କ ଦୁଇ ଭାଇଙ୍କ ଦେହାନ୍ତ ହୋଇଥିବାରୁ ଆମେ ଚଳିତ ବର୍ଷ ବିବାହ ବ‌ାର୍ଷିକୀ ପାଳନ କରିବୁ ନାହିଁ।

ସମ୍ବନ୍ଧିତ ଖବର