ଯୁକ୍ତ୨ କଳାରେ ସହର କଲେଜଗୁଡ଼ିକର ନୈରାଶ୍ୟ ପ୍ରଦର୍ଶନ

ଯାଜ୍ଞସେନୀ ଭୁବନେଶ୍ବରରେ ଟପର୍‌

ଭୁବନେଶ୍ୱର: ଯୁକ୍ତ୨ କଳା ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ବରରେ ଥିବା କଲେଜଗୁଡ଼ିକର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିବାରେ ସମର୍ଥ ହୋଇଛନ୍ତି। ମାତ୍ର କଟ୍‌ ଅଫ୍‌ ମାର୍କରେ ସବୁବେଳେ ଆଗରେ ରହୁଥିବା ଭୁବନେଶ୍ବରର ନାମକରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପଛରେ ପଡ଼ିଛନ୍ତି। କେବଳ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଯାଜ୍ଞସେନୀ ମହାପାତ୍ର ୫୪୯ ନମ୍ବର ରଖି ଭୁବନେଶ୍ବରରେ ଶ୍ରେଷ୍ଠ ହୋଇଛନ୍ତି। ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବଦ୍ୟାଳୟ ଛାତ୍ରୀ ଦୀପ୍ତିମୟୀ ଗୋଟିଏ ନମ୍ବର ପାଇଁ ୯୦% ପହଞ୍ଚିବାରୁ ବଞ୍ଚିତ ହୋଇଛନ୍ତି। ଆଉ କୌଣସି ବି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଉତ୍ସାହଜନକ ହୋଇପାରି ନଥିବା ଜଣାପଡ଼ିଛି।

ବିଜେବିରେ ୯୩% ପାସ୍‌

ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ କଳାରେ ୯୩ % ଫଳାଫଳ ହୋଇଛି। ଏଥିରେ ୪୯୯ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୪୬୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୯୮ ଜଣ ପ୍ରଥମ, ୯୦ ଜଣ ଦ୍ବିତୀୟ ଏବଂ ୭୬ ଜଣ ତୃତୀୟ ସ୍ଥାନରେ ରହିଛନ୍ତି। ଛାତ୍ରୀ ଯାଜ୍ଞସେନୀ ମହାପାତ୍ର ୫୪୯ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି।

ରମାଦେବୀରେ ଦୀପ୍ତିମୟୀ ଟପର୍‌

ରମାଦେବୀରେ କଳାରେ ୫୯୦ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୩୩ ଜଣ ପ୍ରଥମ, ୧୧୪ଜଣ ଦ୍ବିତୀୟ ଓ ୧୨୦ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଦୀପ୍ତିମୟୀ ପରିଜା ସର୍ବାଧିକ ୫୩୯ ମାର୍କ ରଖି ରାଜ୍ୟର ଶ୍ରେଷ୍ଠ ଶହେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଦୁଇ ଜଣ କମ୍ପାଟମେଣ୍ଟାଲରେ ରହିଛନ୍ତି।

ଆୟେଶା ଖାତୁନ ମହର୍ଷି କଲେଜ ଟପ୍‌ର

ମହର୍ଷି କଲେଜ ଅଫ୍‌ ନାଚୁରାଲ୍‌ ଲ’ରେ କଳା ବିଭାଗରେ ପ୍ରଥମ ଶ୍ରେଣୀରେ ୨୩ଜଣ, ଦ୍ୱିତୀୟ ଶ୍ରେଣୀରେ ୨୮, ତୃତୀୟ ଶ୍ରେଣୀରେ ୪୮ ଜଣ ପାସ୍‌ କରିଛନ୍ତି। ଆୟେଶା ଖାତୁନ ୪୯୬ ନମ୍ୱର ରଖି କଲେଜ୍‌ ଟପର ହୋଇଛନ୍ତି।

ରାଜଧାନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ବରମୁଣ୍ଡାସ୍ଥିତ ରାଜଧାନୀ କଲେଜରେ କଳା ବିଭାଗରେ ୨୪୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୧୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୦୩ଜଣ ପ୍ରଥମ, ୪୭ଜଣ ଦ୍ବିତୀୟ, ୬୩ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଦୁଇ ଜଣ ଅନୁପସ୍ଥିତ ଥିବାବେଳେ ୩୨ଜଣ ଫେଲ୍‌ ହୋଇଛନ୍ତି। ଧନ୍ଦମୂଳକ ବିଭାଗର ସିଆର୍‌ଏମ୍‌ରେ ୨୪ ଜଣ ପରୀକ୍ଷା ଦେଇଥିବା ‌ବେଳେ ପ୍ରଥମ ଶ୍ରେଣୀରେ ଜଣେ, ଦ୍ବିତୀୟ ଶ୍ରେଣୀରେ ୯ ଓ ତୃତୀୟ ଶ୍ରେଣୀରେ ୬ଜଣ ପାସ୍‌ କରିଛନ୍ତି। ଜଣେ କମ୍ପାର୍ଟମେଣ୍ଟରେ ଅଛନ୍ତି। ସେହିପରି ହର୍ଟିକଲଚର ବିଷୟର ୨୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରଥମ ଶ୍ରେଣୀ, ୩ଜଣ ୨ୟ, ଜଣେ ତୃତୀୟ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି।

ଦେବରାୟ କଲେଜ୍‌

ନୟାପଲ୍ଲୀସ୍ଥିତ ଦେବରାୟ କେଲେଜରେ ଚଳିତବ‌ର୍ଷ ୩୧୩ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୩୨ ଜଣ ୨ୟ ଶ୍ରେଣୀରେ ୭୨ ଜଣ ଓ ତୃତୀୟ ଶ୍ରେଣୀରେ ୧୭୫ ଜଣ ଉତ୍ତିର୍ଣ୍ଣ ହୋଇଛନ୍ତି। କଲେଜର ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ୪୮୪ ନମ୍ବର ରଖି କଲେଜ୍‌ ଟପର୍‌ ହୋଇଛନ୍ତି।

ଏକାମ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ‌ରେ ବିସ୍ମୟ ଟପ୍‌ର

କଳାରେ ୨୪୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୨୭ଜଣ ପ୍ରଥମ, ୪୩ଜଣ ଦ୍ବିତୀୟ ଏବଂ ୧୧୬ ଜଣ ତୃତୀୟ ସ୍ଥାନରେ ରହିଛନ୍ତି। ୫୩ଜଣ ପରୀକ୍ଷାରେ ପାସ୍‌ କରିପାରିନାହାନ୍ତି। ବିସ୍ମୟ ରଥ ୪୮୦ ନମ୍ବର(୭୬.୮୬%) ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି।

ସତ୍ୟସାଇ ମହିଳାରେ ୮୪% ପାସ୍‌

କଳା ବିଭାଗରେ ୧୮୩ ଜଣ ପରୀକ୍ଷା ଦେଇଥିବା ବେଳେ ୧୯ ଜଣ ପ୍ରଥମ, ୩୨ ଜଣ ଦ୍ବିତୀୟ ଏବଂ ୧୦୦ ଜଣ ତୃତୀୟ ସ୍ଥାନ ପାଇଛନ୍ତି। ୨୯ ଜଣ ଫେଲ୍‌ ହୋଇଛନ୍ତି। ପ୍ରତୀକ୍ଷା ସାହାଣୀ ୪୭୯ ନମ୍ବର ରଖି ବିଦ୍ୟାଳୟ ଟପ୍‌ର ହୋଇଛନ୍ତି।

ଅଭୀପ୍ସା କମଳା ନେହେରୁ ମହିଳା କଲେଜ ଟପର୍‌

ପରୀକ୍ଷା ଦେଇଥିବା ୨୫୩ଜଣଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୨, ଦ୍ୱିତୀୟ ଶ୍ରେଣୀରେ ୬୭ ଓ ତୃତୀୟ ଶ୍ରେଣୀରେ ୧୦୬ଜଣ ପାସ୍ କରିଛନ୍ତି। ଛାତ୍ରୀ ଅଭିପ୍ସା ବେହେରା ସର୍ବାଧିକ ୪୭୮ ନମ୍ବର ହାସଲ କରିଛନ୍ତି।

ବିଜୁ ପଟ୍ଟନାୟକ କଲେଜ

କଳାରେ ୨୪୭ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୬ ଜଣ ପାସ୍ କରିଛନ୍ତି। ୪୬ଜଣ ଫେଲ୍ ହୋଇଥିବା ବେଳେ ୫ଜଣ ପରୀକ୍ଷା ଦେଇନଥିଲେ। ୪୯ଜଣ ପ୍ରଥମ, ୪୧ଜଣ ଦ୍ୱିତୀୟ ଓ ୧୦୬ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ରାକେଶ କୁମାର ସର୍ବାଧିକ ୪୯୨ ମାର୍କ ହାସଲ କରି କଲେଜ ଟପ୍‌ର ହୋଇଛନ୍ତି।

ସିଟି ଓମେନ୍ସ କଲେଜରେ ତୃପ୍ତି ଟପ୍‌ର

କଳା ବିଭାଗରେ ୨୨୨ଜଣ ଛାତ୍ରୀ ପରୀକ୍ଷା ଦେଇଥି‌ବା ବେଳେ ୨୧୮ଜଣ ଛାତ୍ରୀ ପାସ କରିଛନ୍ତି। ୪୬ଜଣ ପ୍ରଥମ, ୮୩ଜଣ ଦ୍ୱିତୀୟ ଓ ୮୯ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ତୃପ୍ତି ପାତ୍ର ସର୍ବାଧିକ ୪୮୨ ନମ୍ବର ରଖି ଟପ୍‌ର ହୋଇଛନ୍ତି।

ଶ୍ରୀଜୟଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

କଳାରେ ପରୀକ୍ଷା ଦେଇଥିବା ୨୫୪ଜଣଙ୍କ ମଧ୍ୟରୁ ୧୪ଜଣ ପ୍ରଥମ, ୩୩ଜଣ ଦ୍ୱିତୀୟ ଓ ୧୧୮ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଖୁସି ପ୍ରଧାନ ୪୮୧ ନମ୍ବର ରଖି କଲେଜ ଟପ୍‌ର ହୋଇଛନ୍ତି।

ରାଜା ମଧୂସୁଦନ ଦେବ, ପଟିଆ

କଳାରେ ପରୀକ୍ଷା ଦେଇଥିବା ୧୪୮ ଜଣଙ୍କ ମଧ୍ୟରୁ ୭ଜଣ ପ୍ରଥମ, ୧୪ଜଣ ଦ୍ବିତୀୟ, ୭୩ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ମାନସୀ ସେଠୀ ୫୦୩ ନମ୍ବର ରଖି ଟପ୍‌ର ହୋଇଛନ୍ତି।

ସମ୍ବନ୍ଧିତ ଖବର