ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ଏକ ଜାତୀୟ ଆଲୋଚନାଚକ୍ର ‘ଆଜିର ଗାନ୍ଧୀ’ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ ସେଣ୍ଟର ଫର୍ ଷ୍ଟଡି ଅଫ୍ ସୋସିଆଲ୍ ସିଷ୍ଟମ୍ ବିଭାଗର ପ୍ରଫେସର ନିଲିକା ମେହ୍ରୋତ୍ରା ଯୋଗଦେଇ ସମାଜରେ ଛୁଅାଁ ଅଛୁଅାଁ ଭେଦଭାବ, ଜାତିପ୍ରଥା ଓ ମହିଳା ସଶକ୍ତିକରଣ ଦିଗରେ ତୃଣମୂଳସ୍ତରରେ କିଭଳି କାର୍ଯ୍ୟ କରାଯାଇପାରିବ ତାହା ଗାନ୍ଧିଜୀଙ୍କ କାର୍ଯ୍ୟଶୈଳୀରେ ପ୍ରତିଫଳିତ ହୋଇଥିଲା ବୋଲି କହିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଅନ୍ନପୂର୍ଣ୍ଣା ଦେବୀପାଣ୍ଡେ, ତୈଲୋକନାଥ ପାଣ୍ଡେ, କିଟ୍ ବିଶ୍ୱବିଦ୍ୟାଳୟର ସତ୍ୟନାରାୟଣ ମିଶ୍ର, ବିଶ୍ୱବିଦ୍ୟାଳୟ ପିଜି କାଉନ୍ସିଲ୍ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ପଣ୍ଡା, ଡ. ବସନ୍ତ ମଲ୍ଲିକ, ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି ବିଜୟାନନ୍ଦ ସିଂହ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ସ୍ୱପ୍ନା ଏସ୍. ପ୍ରଭୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ. ମିତାଲି ଚିନ୍ନାରା କାର୍ଯ୍ୟକ୍ରମ ପରିଚାଳନା ଓ ଗୁଣନିଧି ସାହୁ ଧନ୍ୟବାଦ ଦେଇଥିଲେ। ଗାନ୍ଧିଜୀ ଏବଂ ଶିକ୍ଷା, ମହିଳା ସଶକ୍ତିକରଣ ଓ ବିକାଶ, ସତ୍ୟାଗ୍ରହ ଓ ସଂଘର୍ଷ ସଂକଳ୍ପ, ରାଜନୀତି ଓ ଧର୍ମ, ବଜାର ଉପଭୋକ୍ତାବାଦ ଓ ବିଶ୍ୱାସନୀୟତା ଆଦି ପ୍ରସଙ୍ଗରେ ୬୦ଟି ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ କରାଯାଇଥିଲା।
ବାଣୀବିହାରରେ ଆଲୋଚନାଚକ୍ର ‘ଆଜିର ଗାନ୍ଧୀ’
/sambad/media/post_attachments/wp-content/uploads/2017/11/Utkal_University.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)