ଭୁବନେଶ୍ବର: ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ‘ଜଗନ୍ନାଥ ସଂସ୍କୃତି ଓ ଏହାର ସୁରକ୍ଷା’କୁ ନେଇ ଏକ ଆଲୋଚନାଚକ୍ର ପାଣ୍ଡରାସ୍ଥିତ ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମଠାରେ ଅନୁଷ୍ଠିତ ହୋଇଥିଲା। ଆଶ୍ରମ ପରିଚାଳକ ତଥା ସମାଜସେବୀ ନିଲୁ ଖୁଣ୍ଟିଆଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଆଲୋଚନାରେ ବିଧାୟକ ସୁରେଶ ରାଉତରାୟ, କୁନି ପ୍ରବଚକ କେଶବ ଦ୍ୱୀତିକୃଷ୍ଣ, ଜଗନ୍ନାଥ ଗବେଷକ ପ୍ରଫୁଲ୍ଲ ରଥ, ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଉପଦେଷ୍ଟା ଦୁର୍ଗା ସାମନ୍ତରାୟ, ପଣ୍ଡିତ ବୀର କିଶୋର ତ୍ରୀପାଠୀ, ସଂସ୍କୃତି ସୁରକ୍ଷା ମଞ୍ଚ ସଭାପତି ସୁରେନ୍ଦ୍ର ଦାସ, ଆବାହକ ଲଲାଟ କେଶରୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ।
ଆମ ସଂସ୍କୃତି ଓ ଆମ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ପ୍ରଚାର ପ୍ରସାର କରିବା ଆମର ଦାୟିତ୍ବ। ଏ ଦିଗରେ ଆମେ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଦସ୍ୟ ଜେ.ସି ପଟ୍ଟନାୟକ, ସୁନାକର ବେହେରା, ଶିବଦତ୍ତ ମହାପାତ୍ର, ଅମୀୟ ମିଶ୍ର, ଅଚ୍ୟୁତ ନାୟକ, ରମେଶ ଚନ୍ଦ୍ର ପଣ୍ଡା, ଆନନ୍ଦ ପଟ୍ଟନାୟକ, ଲକ୍ଷ୍ମୀଧର ବେହେରାଙ୍କ ସହ ବରିଷ୍ଠ ନାଗରିକ ସଂଘ, ଜଗନ୍ନାଥ ନଗର ମହିଳା ସଂଘ, ମଳୟ ବିହାରର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ।