ଭୁବନେଶ୍ୱର: ଶ୍ରୀରାମ କଥା ସେବା ସମିତି ତରଫରୁ ଜନପଥସ୍ଥିତ ଶ୍ରୀରାମ ମନ୍ଦିରରେ ଆଜି ଭଗବତ ପାଠ ଆୟୋଜନ କରାଯାଇଛି। ଏହା କାର୍ଯ୍ୟକ୍ରମ ସାତ ଦିନ ଧରି ଚାଲିବ। ପ୍ରଥମ ଦିନ ଗିରିଦୁର୍ଗା ମନ୍ଦିରରୁ ରାମ ମନ୍ଦିର ପର୍ଯ୍ୟନ୍ତ କଳସ ଯାତ୍ରା ହୋଇଥିଲା। ଆଜି ସଂଧ୍ୟାରେ ଭଗବତ ଚର୍ଚ୍ଚା କରାଯିବ। ଏହି ଅନୁଷ୍ଠାନର ସଭାପତି ମହାଦେବ ଅଗ୍ରଓ୍ଵାଲ। ରାମ ମନ୍ଦିରରେ ଆୟୋଜିତ ଭାଗବତ ସପ୍ତାହରେ ମୁଖ୍ୟ ଯଯମାନ ଅଛନ୍ତି ରାଧାକ୍ରିଷ୍ଣ ଅଗ୍ରଓ୍ଵାଲ ଏବଂ ସୁମିତ୍ରା ଅଗ୍ରଓ୍ଵାଲ। ୭ଦିନ ଧରି ଆୟୋଜିତ ହେଉଥିବା ଯଜ୍ଞରେ ପରିକ୍ଷୀତ ଜନ୍ମ, ଶୁକଦେବ ଆଗମନ, ପ୍ରହଲ୍ଲାଦ ଚରିତ, ବାମନ ଅବତାର, ଶ୍ରୀରାମ ଚରିତ ଓ କୃଷ୍ଣ ଜନ୍ମ ପରି ଅନେକ ବିଷୟରେ ଆଲୋଚନା କରାଯାଇ ଶ୍ରଦ୍ଧାଳୁମାନଙ୍କୁ ଶୁଣାଯିବ।
ରାମ ମନ୍ଦିରରେ ଭଗବତ କଥା ଆଲୋଚନା
/sambad/media/post_attachments/wp-content/uploads/2018/01/Ram_Mandir_Bhubaneswar.jpg)