ଭୂକମ୍ପ ନିରୋଧ କୋଠା ନିର୍ମାଣ ସଂପର୍କିତ ଆଲୋଚନାଚକ୍ର

ଭୁବନେଶ୍ୱର : ସ୍ଥାନୀୟ ଦ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଂଜିନିୟର୍ସ ପରିସରରେ ଭୂକମ୍ପ ନିରୋଧ କୋଠା ନିର୍ମାଣକୁ ନେଇ ଏକ ସର୍ବଭାରତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ୨୬ ଓ ୨୭ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ପି କେ ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ଇଂ ନଳିନୀକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଇଂ ଅଶୋକ କୁମାର ବାଶା, ଇଂ ସୁନୀଲ କୁମାର ପଟ୍ଟନାୟକ, ଇଂ ପି କେ ତ୍ରିପାଠୀ ଏବଂ ଡ. କ୍ଷୀରୋଦ କୁମାର ରାଉତ ଯୋଗ ଦେଇଥିଲେ। ଶ୍ରୀ ପ୍ରଧାନ ଭୂମିକମ୍ପ ନିରୋଧ କୋଠା, ବ୍ରିଜ୍‌ ଆଦି ସ୍ଥପତି ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସରକାରୀ ଓ ବେସରକାରୀ ସିଭିଲ ଇଂଜିନିୟରମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ଡ. କେ କେ. ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର