ଭୁବନେଶ୍ୱର: ସହିଦନଗର ଦୁର୍ଗା ମଣ୍ଡପରେ ଚଳିତ ବର୍ଷ କାଳ୍ପନିକ ଡିଜ୍‌ନି ଲ୍ୟାଣ୍ଡ୍‌ର ମହଲ ସଦୃଶ ତୋରଣରେ ମା’ ପୂଜା ପାଇବେ। ଏ ନେଇ ଆଜି ଦୁର୍ଗାପୂଜା ସମିତି ପକ୍ଷରୁ ହୋଟେଲ ଏମ୍ପାୟର୍ସରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସମିତିର ସଭାପତି ହେମନ୍ତ କୁମାର ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସଚ୍ଚିନନ୍ଦନ ନାୟକ ଯୋଗଦେଇ ପୂଜା ପରିପ୍ରେକ୍ଷୀରେ ସମିତି ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ସମିତିର କାର୍ଯ୍ୟକାରୀ ସଭ୍ୟ ତଥା ଭୁବନେଶ୍ବର ଭସାଣି ସମିତିର ସମ୍ପାଦକ ହରୀଶ ପ୍ରସାଦ ରଥ ଭସାଣିରେ ସହିଦନଗର ଦୁର୍ଗାପୂଜା ସମିତିର ମେଢ଼ ୧୧ ନମ୍ବର କ୍ରମିକ ସଂଖ୍ୟାରେ ଯୋଗଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି କହିଥିଲେ। ଚଳିତ ବର୍ଷ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ଆଲୋକରେ ସୁସଜ୍ଜିତ ହୋଇ ରୋଷଣିରେ ଯୋଗଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ।

Advertisment

ସମିତିର କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପାତ୍ର ଶୃଙ୍ଖଳିତ ଦର୍ଶନ ପାଇଁ ପୁରୁଷ ଓ ମହିଳାମାନଙ୍କ ପାଇଁ ଅଲଗା ଅଲଗା ଦର୍ଶନ କରିବା ସହିତ ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ହୁଇଲ୍ ଚେୟାର ବ୍ୟବସ୍ଥା କରାଯିବ। ଏଥିସହିତ ବାହାରେ ଏକ ବଡ଼ ଏଲଇଡି ସ୍କିନ୍‌ରେ ପୂଜାର ସିଧାପ୍ରସାରଣ ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ। ଉପଦେଷ୍ଟା ମନୋରଞ୍ଜନ ଦାସ ତୋରଣରେ ଜୈବ ଅନୂକୂଳ ସାମଗ୍ରୀ ବ୍ୟବହାର କରାଯାଇଛି ବୋଲି ସୂଚନା ଦେଇଥିଲେ। 

ଅନ୍ୟମାନଙ୍କ ମଧ୍ୟରେ ସମିତିର ଉପଦେଷ୍ଟା ସୁଧୀର କୁମାର ଶତପଥୀ, ଉପସଭାପତି  ଚନ୍ଦନ କୁମାର ପାଲିତ,  ଅଚ୍ୟୁତ ପ୍ରସାଦ ବେହେରା, କର୍ପୋରେଟର ରାଜକିଶୋର ଦାସ, ବିଶ୍ବ ପ୍ରସାଦ ମହାନ୍ତି, ମହେନ୍ଦ୍ର କୁମାର ତ୍ରିପାଠୀ, ସୁଦର୍ଶନ ସାହୁ, ରଞ୍ଜନ କୁମାର ମହାପାତ୍ର, ସ୍ମୃତି ରଞ୍ଜନ ଜେନା, ଗୋପାଳ କୃଷ୍ଣ ମହାନ୍ତି, ଆଶିଷ ମହାପାତ୍ର, ବିଶ୍ବ ପ୍ରକାଶ ରାୟ, ଲଳିତ ଖୁଣ୍ଟିଆ, ଜିତେନ୍ଦ୍ର ରାଓ, ଆଦର୍ଶ ପଟ୍ଟନାୟକ, ସନ୍ଦୀପ କୁମାର ବେହେରା, ଦିଲ୍ଲୀପ ମଲ୍ଲିକ, ଦୀପଙ୍କର ମହାପାତ୍ର, ସିଦ୍ଧେଶ୍ୱର, ବିଭୁ ପଦାରବିନ୍ଦ ନାୟକ, ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।