ବସ୍‌ ଟର୍ମିନାଲ ପାଇଁ ବିସ୍ଥାପନ, ପଣ୍ଡାକୁଦିଆରେ ଥଇଥାନ ହେବେ ୯ ପରିବାର

ଭୁବନେଶ୍ବର: ନିର୍ମାଣାଧୀନ ବରମୁଣ୍ଡା ଅନ୍ତରାଜ୍ୟ ବସ୍ ଟର୍ମିନାଲ ପାଇଁ ୯ ପରିବାର ବିସ୍ଥାପିତ ହୋଇଛନ୍ତି। ଉକ୍ତ ୯ ପରିବାରକୁ ଭରତପୁର ଥାନା ଶ୍ୟାମପୁର ସଂଲଗ୍ନ ପଣ୍ଡାକୁଦିଆରେ ଥଇଥାନ କରାଯିବ। ଏଥିପାଇଁ ଜମି ଚିହ୍ନଟ ହୋଇସାରିଛି। ବିଡିଏ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ନେତୃତ୍ବରେ ଗଠିତ ଟିମ୍‌ ପଣ୍ଡାକୁଦିଆ ଯାଇ ସ୍ଥାନ ଚିହ୍ନଟ କରିଛନ୍ତି। ପାଇକରାପୁର ଆର୍‌ଆଇ ଓ ଅମିନ ଜମି ମାପଚୁପ କରି ଚିହ୍ନଟ କରିଛନ୍ତି। ଶ୍ରୀ ମହାନ୍ତିଙ୍କ ସୂଚନାନୁସାରେ, ବିସ୍ଥାପିତ ପରିବାରଙ୍କୁ ଅସ୍ଥାୟୀ ଭାବରେ ଥଇଥାନ ବ୍ୟବସ୍ଥା କରାଯାଉଛି। ଖୁବ୍‌ଶୀଘ୍ର ସେମାନଙ୍କୁ ରାଜୀବ ଆବାସ ଯୋଜନାରେ ସାମିଲ୍ କରାଯିବ ଓ ସେମାନଙ୍କୁ ଘର ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ଦୁଇ ଦିନ ଧରି ଉଚ୍ଛେଦ କାର୍ଯ୍ୟକ୍ରମ ଜାରି ରହିଥିଲା ଓ ଥଇଥାନ ଦାବି କରି ବସ୍ତିବାସିନ୍ଦାମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ସମ୍ବନ୍ଧିତ ଖବର