କ୍ୟାପିଟାଲ ହସ୍ପିଟାଲରେ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ବଣ୍ଟନ

ଭୁବନେଶ୍ବର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ କ୍ୟାପିଟାଲ୍‌ ହସ୍ପିଟାଲ ପରିସରସ୍ଥିତ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନଠାରେ କୃତ୍ରିମ ଅଙ୍ଗ ବିତରଣ କରାଯାଇଛି। ଏହି ଅବସରରେ ମାଲକାନଗିରି ଜିଲ୍ଲାର ୧୭ ଭିନ୍ନକ୍ଷମ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ କହିଥିଲେ, ରାଜ୍ୟରେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରାୟ ୬ ହଜାର ଭିନ୍ନକ୍ଷମ ହିତାଧିକାରୀଙ୍କୁ ରୋବୋଟିକ୍ ଥେରାପି ସହାୟତାରେ ପ୍ରସ୍ତୁତ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବିତରଣ କରାଯାଇଛି।

ଏହାସହ ରାଉରକେଲା ଓ ବ୍ରହ୍ମପୁରଠାରେ ଆଧୁନିକ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ପଣ୍ଡା କହିଥିଲେ। କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ ଭାସ୍କରଜ୍ୟୋତି ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ, ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନର ମହାପ୍ରବନ୍ଧକ ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର