ରାକ୍ଷୀ ପୂର୍ଣ୍ଣିମାରେ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ବଣ୍ଟନ

ଭୁବନେଶ୍ୱର: ଭୁବନେଶ୍ବରରେ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପୁଡ଼ିଆ ବିତରଣ କରି ନିଆରା ଭାବେ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ପାଳନ କରିଛି ଉଡ୍‌ ଫାୟାର୍‌। ଏହି ଅବସରରେ ସଂସ୍ଥାର ମୁଖ୍ୟ ସନ୍ତୋଷ ଚୌଧୁରୀ କହିଥିଲେ ଯେ ରାଜଧାନୀକୁ ସ୍ବଚ୍ଛ ରଖିବା ପାଇଁ ସଫେଇ କର୍ମଚାରୀମାନେ ଦିନରାତି ପରିଶ୍ରମ କରୁଛନ୍ତି।

ତେଣୁ ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ସଂସ୍ଥା ପକ୍ଷରୁ ଏହି ଛୋଟ ପ୍ରୟାସ କରାଯାଇଛି। ସଂସ୍ଥା ପକ୍ଷରୁ ବିଭିନ୍ନ ଛକରେ ସଫେଇ କର୍ମଚାରୀମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଉଡ୍‌ଫାୟାର ପକ୍ଷରୁ ସମ୍ଭବ ଚୌଧୁରୀ, ଚିନ୍ମୟୀ ଭୂୟାଁ, ଦିଲୀପ ସେଠୀ ଓ ଜିତେନ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର